ସହରରେ ମାଙ୍କଡ ଓ ଗାଈ ଗୋରୁଙ୍କ ଆତଙ୍କ, ଦୁର୍ଘଟଣା ବଢୁଛି
ବଲାଙ୍ଗିର, ୨୧ ଅକ୍ଟୋବର (ହି.ସ.)- ଜଙ୍ଗଲ କ୍ଷୟ, ଜଙ୍ଗଲ ନଷ୍ଟ, ଜଙ୍ଗଲ ନିଆଁ, ଜଙ୍ଗଲକୁ ଜବରଦଖଲ କରି ଘର, ଜମି ତିଆରି, ଗଛ କାଟିବା ପାଇଁ ବନ୍ୟଜନ୍ତୁ ଯଥା ହାତୀ, ମାଙ୍କଡ, ସରୀସୃପ, ବିଲୁଆ, ବର୍ହା, ମୟୂର ଓ ଅନ୍ୟାନ୍ୟ ପଶୁ ପକ୍ଷୀମାନେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ସହରକୁ ଦୃତ ଗତିରେ ପ୍ରବେଶ କରି ଅ
ସହରରେ ମାଙ୍କଡ ଓ ଗାଈ ଗୋରୁଙ୍କ ଆତଙ୍କ, ଦୁର୍ଘଟଣା ବଢୁଛି


ବଲାଙ୍ଗିର, ୨୧ ଅକ୍ଟୋବର (ହି.ସ.)- ଜଙ୍ଗଲ କ୍ଷୟ, ଜଙ୍ଗଲ ନଷ୍ଟ, ଜଙ୍ଗଲ ନିଆଁ, ଜଙ୍ଗଲକୁ ଜବରଦଖଲ କରି ଘର, ଜମି ତିଆରି, ଗଛ କାଟିବା ପାଇଁ ବନ୍ୟଜନ୍ତୁ ଯଥା ହାତୀ, ମାଙ୍କଡ, ସରୀସୃପ, ବିଲୁଆ, ବର୍ହା, ମୟୂର ଓ ଅନ୍ୟାନ୍ୟ ପଶୁ ପକ୍ଷୀମାନେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ସହରକୁ ଦୃତ ଗତିରେ ପ୍ରବେଶ କରି ଅବାଧରେ ବଲାଙ୍ଗୀର ସହରର ପାଲେସ ଲାଇନ, ଶାନ୍ତି ପଡା, ଲାଲ ଟିକ୍ରା, ରାଜେନ୍ଦ୍ର ଓ ମହିଳା କଲେଜ୍ ଛକ ଗୁଡିକରେ ମାଙ୍କଡ ଓ କୁକୁର, ଗାଈ ଗୋରୁ ମାନଙ୍କର ଉପଦ୍ରବ ଜୋରରେ ବଢ଼ିଚାଲିଛି। ବିଗତ ଦିନରେ ପ୍ରତୀକ ଦିନରେ ଦୁଇ ଚକିଆ ଯାନରେ ଦୈନିକ ୫ ରୁ ୧୦ ଜଣଙ୍କର ଦୁର୍ଘଟଣା ଘଟିଛି। ଦୁଇ ଦିନ ତଳେ ସାଗର ପଡା ଛକ ମୁଖ୍ୟ ରାସ୍ତାରେ ଘାସିରାମ ଭାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବେଳେ ଆଜି କଲେଜ୍ ଛକ ଠାରେ ଅବସରପ୍ରାପ୍ତ ଶିକ୍ଷକ ମହଡ ବାରିକ ଦୁର୍ଘଟଣାଗ୍ରସ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଘରେ ବେଡ୍ ରେଷ୍ଟ ରେ ଅଛନ୍ତି। ଅନ୍ତତଃ ଜିଲ୍ଲା ସଦର ମହକୁମାରେ ଏହି କୁକୁର, ଗାଈଗୋରୁ, ମାଙ୍କଡ ଆତଙ୍କ ଓ ଦୁର୍ଘଟଣା କିଭଳି ନ ହେବ ସେ ଉପରେ ଜଙ୍ଗଲ ବିଭାଗ, ପଶୁ ସମ୍ପଦ ବିଭାଗ ଓ ମ୍ୟୁନିସିପାଲଟି ଓ ଜିଲ୍ଲା ସହର ମହକୁମା ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କଲେ ସହରରେ ଦୁର୍ଘଟଣା ହେବ ନାହିଁ ବୋଲି ସହରରେ ଜନସାଧାରଣ ଏବଂ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande