ତୁଷୁରାରେ ମହାବୀର ସ୍ବାମୀଙ୍କ ନିର୍ବାଣ ଦିବସ ପାଳିତ
ବଲାଙ୍ଗିର, ୨୧ ଅକ୍ଟୋବର (ହି.ସ.)- ତୁଷୁରା ସହର ସ୍ଥିତ କୁନ୍ଦନ ଜୈନ ଭବନ ଠାରେ ମଙ୍ଗଳବାର ଜୈନ ଧର୍ମର ୨୪ତମ ତିର୍ଥଙ୍କର ଭଗବାନ ମହାବୀର ସ୍ବାମୀଙ୍କ ନିର୍ବାଣ ଦିବସ ପାଳିତ ହୋଇଯାଇଛି। ଜୈନ ସ୍ବେତାମ୍ବର ତେରାପନ୍ଥ ଧର୍ମର ଆଚାର୍ଯ୍ଯ ମହାଶ୍ରମଣଜୀଙ୍କ ଶୁଶିଷ୍ୟା ଶ୍ରବଣୀ ନିଦ୍ଦେର୍ଶିକା ଡା. ନିର୍ବାଣ ପ
ତୁଷୁରାରେ ମହାବୀର ସ୍ବାମୀଙ୍କ ନିର୍ବାଣ ଦିବସ ପାଳିତ


ବଲାଙ୍ଗିର, ୨୧ ଅକ୍ଟୋବର (ହି.ସ.)- ତୁଷୁରା ସହର ସ୍ଥିତ କୁନ୍ଦନ ଜୈନ ଭବନ ଠାରେ ମଙ୍ଗଳବାର ଜୈନ ଧର୍ମର ୨୪ତମ ତିର୍ଥଙ୍କର ଭଗବାନ ମହାବୀର ସ୍ବାମୀଙ୍କ ନିର୍ବାଣ ଦିବସ ପାଳିତ ହୋଇଯାଇଛି। ଜୈନ ସ୍ବେତାମ୍ବର ତେରାପନ୍ଥ ଧର୍ମର ଆଚାର୍ଯ୍ଯ ମହାଶ୍ରମଣଜୀଙ୍କ ଶୁଶିଷ୍ୟା ଶ୍ରବଣୀ ନିଦ୍ଦେର୍ଶିକା ଡା. ନିର୍ବାଣ ପ୍ରଜ୍ଞାଜୀ ଓ ଶ୍ରବଣୀ ମଧ୍ୟସ୍ଥ ପ୍ରଜ୍ଞାଜୀଙ୍କ ଉପସ୍ଥିତରେ ପ୍ରଥମେ ଜୈନ ଧର୍ମର ମହାମନ୍ତ୍ର ପଠନ କରାଯାଇଥିଲା। ଜୈନ ଧର୍ମର ୨୪ତମ ତଥା ଶେଷ ତିର୍ଥଙ୍କର ଭଗବାନ ମହାବୀର ସ୍ବାମୀ ହୋଇଥିଲେ। ଆଜିର ଦିନରେ ତାଙ୍କର ଦେବଲୋକ ହୋଇ ଥିଲା। ଅହିଂସା, ଅପରିଗ୍ରହ ଉପରେ ଗୁରୁତ୍ବ ଦେବା ସହ ବିଶ୍ବ ଶାନ୍ତିର ବାର୍ତ୍ତା ଦେଇ ଥିଲେ ବୋଲି ଶ୍ରବଣୀ ନିଦ୍ଦେର୍ଶିକା ମତ ପ୍ରକାଶ କରିଥିଲେ। ମହାବୀର ସ୍ବାମୀ ସମସ୍ତ ମନୁଷ୍ଯ, ବନ୍ୟଜୀବ ଓ ଜୀବଜଗତକୁ ଜିଓ ଔର ଜିନେଦୋ ସିଦ୍ଧାନ୍ତ ଦେଇଛନ୍ତି ବୋଳି ଓଡିଶା ପ୍ରାନ୍ତୀୟ ଜୈନ ସ୍ବେତାମ୍ବର ତେରାପନ୍ଥ ସଭାର ଅଧ୍ୟକ୍ଷ ଇଂଜିନିୟର ମନୋଜ କୁମାର ଜୈନ ପ୍ରକାଶ କରିଥିଲେ। ଏହା ପରେ ବୃହତ ମଙ୍ଗଳପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିଶୁ କଳାକାର ମାନଙ୍କ ଦ୍ବାରା ଭଗବାନ ମହାବୀର ସ୍ବାମୀଙ୍କ ଜୀବନୀ ଉପରେ ଏକ ନୃତ୍ଯ ପରିବେଷଣ କରିଥିଲେ ।

ଟିଟିଲାଗଡ, ରିଷିଡା, ବଲାଙ୍ଗୀର ଓ ସଇଁନ୍ତଳାରୁ ବହୁତ ଜୈନ ଧର୍ମ ଅନୁରାଗୀ ମହିଳା ଓ ପୁରୁଷ ଉପସ୍ଥିତ ଥିବା ବେଳେ ସାହିତ୍ୟିକ ତୁଳସୀ ରାମ ଜୈନ, ତୁଷୁରା ଜୈନ ତେରାପନ୍ଥ ସଭାର ପୂର୍ବତନ ଅଧ୍ୟକ୍ଷ ଚନ୍ଦ୍ର ଭାନ ଜୈନ , ସାୱରିଆ ଜୈନ, ଅଶୋକ ଜୈନ, ବିରେନ୍ଦ୍ର ଜୈନ, ଅଜିତ ଜୈନ, ଅରହମ ଜୈନ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande