ଗଂଜାମ, 21 ଅକ୍ଟୋବର (ହି.ସ.)
ଵ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଓଷ୍ଟିଓପୋରୋସିସ ଦିବସ ଅବସରରେ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ କ୍ୟାଲସିୟମ ଜାତୀୟ ଖାଦ୍ୟ ଚଣା,ଜାଲ ବିନ୍ସ, ଗାଜର ନଖାଇଲେ ପରିଶ୍ରମ ନ କରିବା ଦ୍ୱାରା ଓ ମେନୋପଜ ପରେ ଅସ୍ଥିସାନ୍ଧ୍ରତା ରୋଗ ହୁଏ I ଏହି ସବୁ କାରଣ ଗୁଡ଼ିକ ଛାଡି କ୍ୟାଲସିୟମ ଜାତୀୟ ଖାଦ୍ୟ ଖାଇଲେ ଅସ୍ଥି କ୍ଷୟ ଦୂର ହୁଏ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ। l
ହିନ୍ଦୁସ୍ଥାନସମାଚାର/ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ