ଭଦ୍ରକ, ୨୧ ଅକ୍ଟୋବର (ହି.ସ.) - ଭଦ୍ରକ ପୁରୁଣା ବଜ଼ାର ରୋଭର୍ସ କ୍ଲବର ୬୫ ତମ ଜନ୍ମ ବାର୍ଷିକ ସମାରୋହ କ୍ଲବ ପରିସରରେ ପାଳିତ ହୋଇ ଯାଇଛି । ଏହି ସଭାରେ କ୍ଲବର ସଭାପତି ହାଜି ଅବଦୁଲ କାସିମ ଖାନଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିଲା । ସମାଜସେବୀ ସୁଧାକର ରାଉତ ଅତିଥିମାନଙ୍କୁ ଆମନ୍ତ୍ରିତ କରି ମଂଚକୁ ଆଣିଥିଲେ ଏବଂ ସମସ୍ତ ଅତିଥି ଆଲୋକର ଦୀପ ଲଗେଇଥିଲେ ଏବଂ କବି ତଥା ମାଷ୍ଟର ମୁସ୍ତାକ ଗୌହର ସଂଚଳନରୁ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଭଦ୍ରକର ପ୍ରାକ୍ତନ ସାଂସଦ ମଞ୍ଜୁଲତା ମଣ୍ଡଳ , ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ଧାମନଗର ବିଧାୟକ ମୁକ୍ତିମଣ୍ଡଳ , ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷ ଗୁଲମକ୍କୀ ଦଲୱାଜି ହବିବ ,ପୁରୁଣା ବଜ଼ାର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ,ଫେଲୋସିପ ଅଧ୍ୟକ୍ଷ ଏସଏମ ଫାରୁକ , ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘର ସଭାପତି ଲଲାଟେନ୍ଦୁ ମହାପାତ୍ର, ସମ୍ପାଦକ କୈଳାଶ ବାବୁ , ତ୍ୟାଗଭୂମିର ସଭାପତି ଅଜୟ ନାୟକ , ହିନ୍ଦୁ ସୁରକ୍ଷା ସମିତିର ସଭାପତି ବିଦ୍ୟାଧର ସାହୁ, ନେତ୍ରୀ ଅନିତାବାଳା ଆଶ୍ଚର୍ଯ୍ୟ , ମୁସଲିମ ଜମାତର ସମ୍ପାଦକ ହାଜି ଅବଦୁଲ ମୁକିତ ଖାନ ଓ ରବି ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । ସମସ୍ତ ଅତିଥିଙ୍କୁ କ୍ଲବ ସଭ୍ୟାଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଏହି ସଭାରେ କ୍ଲବର ଜନ୍ମଦିନ ଉତ୍ସବ ପାଇଁ ଅତିଥି ଦ୍ୱାରା କେକ କଟା ହୋଇଥିଲା । ପ୍ରାକ୍ତନ ସାଂସଦ ମଞ୍ଜୁଲତା ମଣ୍ଡଳ ଦୁଇ ପର୍ଯ୍ୟାୟରେ ଛଅ ଲକ୍ଷ୍ ଟଙ୍କା କ୍ଲବ ଘରର ଉପର ମହଲା ତିଆରି କରିବା ପାଇଁ ଦେଇଥିଲେ ତାହା ଆଜି ନିଜେ ଉଦଘାଟନ କରିଥିଲେ । ସମସ୍ତ ଅତିଥିଙ୍କ ଦ୍ୱାରା କ୍ଲବର ପୁରୁଖା ଫୁଟବଲ ଖେଳାଳୀ ଶେଖ ଗୁଲ ମହମ୍ମଦଙ୍କୁ ଫୁଲତୋଡ଼ା, ଉତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅତିଥି ମାନଙ୍କ ବକ୍ତବ୍ୟରେ କହିଥିଲେ ଯେ ଭଦ୍ରକ ଏକ ଭାଇଚାରା ସହର ଏବଂ ଏହି ରୋଭର୍ସ କ୍ଲବ ମହାବୀର ପଡିଆ ଠାରେ ଫୁଟବଲ ଖେଳି ଜାତୀୟ ସ୍ତରରେ ଫୁଟବଲ ଖେଳି ସୁନାମ ଅର୍ଜନ କରିଛନ୍ତି, ତାହା ଆଜି ଆମ ପାଇଁ ଗର୍ବ । କିନ୍ତୁ ମହାବୀର ପଡିଆକୁ ଷ୍ଟାଡିଆମ ର ରୂପରେଖା ଉନ୍ନତି ପାଇଁ କୋଟି କୋଟି ଟଙ୍କା ଅନୁଦାନ ଆସିଥିଲା ତାହା ଉକ୍ତ ଟଙ୍କା ଫେରିଯାଇଛି ବୋଲି ପୂର୍ବତନ ମନ୍ତୀ ପ୍ରଫୁଲ୍ଲ ସାମଲ କହିଥିଲେ । ଏବଂ ତାଙ୍କ ଜବାବରେ ବିଦ୍ୟାଧର ସାହୁ କହିଥିଲେ ଯେ କେବଳ ନେତା ଚାହିଁଲେ ଫେରୀ ଯାଇଥିବା ଟଙ୍କା ଆମ ପାଖକୁ ଆସିବ ନାହିଁ , ଯେହେତୁ ସମସ୍ତେ ମିଳିମିଶି ଚାହିଁଲେ ପୁଣି ଉକ୍ତ ଟଙ୍କା ଫେରିବ ଏବଂ ଷ୍ଟାଡ଼ିଆମ ତିଆରି ହୋଇପାରିବ । ଏହି ଜନ୍ମଦିନ ବାର୍ଷିକ ସମାରୋହ ରେ କ୍ଲବର ସମ୍ପାଦକ ହରୀ ପ୍ରସାଦ ନନ୍ଦୀ ବିବରଣୀ ପାଠ କରିଥିଲେ ଓ ଉପ ସଭାପତି ଦିଲ୍ଲୀପ ସିଂହ୍ନା , ସହ ସମ୍ପାଦକ ସହିଲ ଅହେମଦ ଓ ମହେବୁବ ଖାନ, କୋଷାଧ୍ୟକ ହାଜି ଅବୁ ହୋସେନ, ମିର୍ଜା ଇଜ଼ାଜ଼ ବେଗ, ଶେଖ ଫାରୁକ, ମିର୍ଜା ଫରୟାଦ ବେଗ , ଶେଖ ନାଶିର ଅଲି, ସଲିମ ଖାନ, ଶେଖ ଜୁଲଫୁକାର ,ସୈୟଦ କେତାବ ଅଲ୍ଲୀ, ଦିଲାୱାର ଅଲ୍ଲୀ,ମୀର ମହମ୍ମଦ ସମିର ପ୍ରମୁଖ ଉପସ୍ଥିତ' ରହିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ