ଯୁବକକୁ ସଂଘବଦ୍ଧ ଆକ୍ରମଣ କରିଥିବା ନେଇ ଥାନାରେ ମାମଲା
ଜୟପୁର, ୨୧ ଅକ୍ଟୋବର (ହି.ସ.) - ଉମୁରୀ ଗ୍ରାମର ବିକାଶ ନାଗ(୨୪)କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ନେଇ ଆଜି ସଦରଥାନାରେ ବିକାଶଙ୍କ ମା ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ବିକାଶ ନାଗ ଓ ତାଙ୍କ ମା ସମାରି ନାଗ ଆଜି ମେଡିକାଲ ରୁ ଉମୁରୀ ଯାଉଥିବା ସମୟରେ ଉମୁରୀ ତଳସାହି ନିକଟରେ ଉମୁର
ଯୁବକକୁ ସଂଘବଦ୍ଧ ଆକ୍ରମଣ କରିଥିବା ନେଇ ଥାନାରେ ମାମଲା


ଜୟପୁର, ୨୧ ଅକ୍ଟୋବର (ହି.ସ.) - ଉମୁରୀ ଗ୍ରାମର ବିକାଶ ନାଗ(୨୪)କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ନେଇ ଆଜି ସଦରଥାନାରେ ବିକାଶଙ୍କ ମା ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ବିକାଶ ନାଗ ଓ ତାଙ୍କ ମା ସମାରି ନାଗ ଆଜି ମେଡିକାଲ ରୁ ଉମୁରୀ ଯାଉଥିବା ସମୟରେ ଉମୁରୀ ତଳସାହି ନିକଟରେ ଉମୁରୀ ଗ୍ରାମର ୬ଜଣ ଯୁବକ ରାସ୍ତାରେ ଅଟକାଇ ବନ୍ଧୁକ ଦେଖାଇବା ସହ ଲୁହା ପଂଚ ଓ ଖଣ୍ଡାରେ ପୁଅବିକାଶକୁ ଆକ୍ରମଣ କରିଛନ୍ତି। ଯାହା ଫଳରେ ବିକାଶର ଆଖିରେ ଗୁରୁତର ଆଘାତ ଲାଗିଛି। ଏନେଇ ବିକାଶର ମା ସମାରୀ ସଦରଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande