ବରିଷ୍ଠ ନାଗରିକମାନଙ୍କର ବୈଠକ ଓ କର୍ମକର୍ତ୍ତା ନିର୍ବାଚନ
କେନ୍ଦ୍ରାପଡା, ୨୧ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମ ପଞ୍ଚାୟତର ବରିଷ୍ଠ ନାଗରିକମାନଙ୍କର ଏକ ବୈଠକ ଓସ୍ତପୁର ଗ୍ରାମର ତାରିଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ୨୦ ଜଣ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ । ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଦେପୁର
ବରିଷ୍ଠ ନାଗରିକମାନଙ୍କର ବୈଠକ ଓ କର୍ମକର୍ତ୍ତା ନିର୍ବାଚନ


କେନ୍ଦ୍ରାପଡା, ୨୧ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମ ପଞ୍ଚାୟତର ବରିଷ୍ଠ ନାଗରିକମାନଙ୍କର ଏକ ବୈଠକ ଓସ୍ତପୁର ଗ୍ରାମର ତାରିଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ୨୦ ଜଣ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ । ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଦେପୁର ଗ୍ରାମର ବରିଷ୍ଠ ନାଗରିକ ଅବସରପ୍ରାପ୍ତ ଉପନିରକ୍ଷକ ମଧୁସୁଦନ ରାଉତ । ସଂଯୋଜକ ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ସ୍ୱାଇଁ ସଭାର ଉଦ୍ଦେଶ୍ୟ ଓ ସମ୍ପର୍କରେ ଆଲୋକପାତ କରିଥିଲେ । ସର୍ବସମ୍ମତି କ୍ରମେ ଏକ ୧୦ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । କାର୍ଯ୍ୟକାରୀ ସମିତି ସଦସ୍ୟ ମଧ୍ୟରେ ମଦୂସୁଦନ ରାଉତ ସଭାପତି, ଉପେନ୍ଦ୍ର ନାଥ ପ୍ରଧାନ ଉପସଭାପତି, ହରେକୃଷ୍ଣ ପତି ସଂପାଦକ, ହୃଷିକେଶ ନାୟକ ସହ ସଂପାଦକ, ଅନନ୍ତ ଚରଣ ସ୍ୱାଇଁ କୋଷାଧ୍ୟକ୍ଷ, ରାମଚନ୍ଦ୍ର ରାଉତ ସାଂସ୍କୃତିକ ସଂପାଦକ ରୂପେ ମନୋନୀତ ହୋଇଥିଲେ । ଉପଦେଷ୍ଟା ଭାବେ ଧନେଶ୍ୱର ତ୍ରିପାଠୀ, ବୈଷ୍ଣବ ଚରଣ ରାଉତ, ମୁରଲୀଧର ପାତ୍ର ଓ ସେହିପରି ରତ୍ନାକର ରାଉତ, ବନମାଳି ସାମଲ, ଗୋବିନ୍ଦ୍ର ଚନ୍ଦ୍ର ସ୍ୱାଇଁ, ଓ ଶ୍ରୀଧର ନାୟକ ପ୍ରମୁଖ ସଦସ୍ୟ ଭାବେ ମନୋନୀତ ହୋଇଥିଲେ ।

ସର୍ବଶେଷରେ ସଭାପତିଙ୍କ ଓ ଅନ୍ୟ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦିଆଯାଇ ଅସନ୍ତା ବୈଠକ ଆଗାମୀ ନଭେମ୍ବର ମାସ ତୃତୀୟ ରବିବାର ଦିନ ଅନୁଷ୍ଠିତ ହେବାକୁ ସ୍ଥିର ହେଲା ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande