କେନ୍ଦୁଝର, ୨୧ ଅକ୍ଟୋବର (ହି.ସ.) - କେନ୍ଦୁଝର ଟାଉନ ଥାନାର ଗୋବିନ୍ଦପୁର ଅଂଚଳରୁ ସେକ୍ସ ରାକେଟ ଠାବ ହୋଇଛି । ଦେହ ବ୍ୟବସାୟରେ ନିୟୋଜିତ ୫ ଜଣ ଯୁବତୀ ଉଦ୍ଧାର ହେବା ସହ, ରାଣୀ ମହୁମାଛି ସହିତ ୨ ଜଣ ଗ୍ରାହାକ ଓ ୩ ଜଣ ଦଲାଲ ଗିରଫ ହୋଇଛନ୍ତି । ୨ ଜଣ ଗ୍ରାହକଙ୍କ ମଧ୍ୟରୁ ଜଣେ ନରଣପୁର ଓ ଅନ୍ୟ ଜଣେ ତୁରୁମୁଙ୍ଗା ଅଂଚଳର ହୋଇଥିବା ବେଳେ ୨ ଜଣ ଦଲାଲ ଯୋଡ଼ା ଓ ଅନ୍ୟଜଣେ କାଶିପୁର ଅଂଚଳର ବୋଲି ଜଣାପଡିଛି ।
ପୋଲିସର ସୂଚନା ଅନୁସାର ଏହି ଅଂଚଳର ଏକ ଘରେ ସେକ୍ସ ରାକେଟ ଚାଲିଥିବା ନେଇ ବିଶ୍ୱସ୍ଥ ସୂତ୍ରରୁ ପୋଲିସ ଖବର ପାଇ ସେଠାରେ ଚଢ଼ାର କରି ସେଠାରୁ ଏହି ୧୧ ଜଣ ଙ୍କୁ ନିଜ ହେପାଜତ କୁ ନେବା ସହ ସେମାନଙ୍କ ଠାରୁ ଅନେକ ଆପତି ଜନକ ସାମଗ୍ରୀ ସହ ୨ ଟି ମୋଟର ସାଇକଲ ୬ ଟି ମୋବାଇଲ ୧୦ ହଜାର ୩୦୦ ଟଙ୍କା ଆଦି ଜବତ କରିଛି । ଏହା ସହ ସେକ୍ସ ରାକେଟ୍ ଚାଲିଥିବା ଘରଟିକୁ ପୋଲିସ ସିଲ କରିଛି । ଦେହ ବ୍ୟବସାୟରେ ନିୟୋଜିତ ୫ ଜଣ ଯୁବତୀ ଙ୍କ ମଧ୍ୟରୁ ଜଣେ ଝାରଖଣ୍ଡ ରାଜ୍ୟର ହୋଇଥିବା ବେଳେ ଅନ୍ୟ ୪ ଜଣ ଓଡ଼ିଶାର । ଏହି ସେକ୍ସ ରାକେଟ ର ରାଣୀ ମହୁମାଛି ଆଗରୁ ମଧ୍ୟ ଏହି କାମ ପାଇ ଜେଲ ଯାଇଥିଲେ ଓ ଏହି ୬ ଜଣଙ୍କର ସ୍ୱାସ୍ଥ୍ୟ ରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA