ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପ ଜନିତ ପ୍ରବଳ ବର୍ଷା ମୁକାବିଲା ପାଇଁ ସରକାର ପ୍ରସ୍ତୁତ - ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର,୨୧ ଅକ୍ଟୋବର (ହି.ସ.) - ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ଜିଲ୍ଲା ପ୍ରଶାସନକୁ ଆଲର୍ଟ କରିଛନ୍ତି ରାଜ୍ୟ ସରକାର। ବିଦେଶୀ ପାଣିପାଗ ମଡେଲ ଓ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦେଖି ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ର
ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପ ଜନିତ ପ୍ରବଳ ବର୍ଷା ମୁକାବିଲା ପାଇଁ ସରକାର ପ୍ରସ୍ତୁତ - ରାଜସ୍ୱ ମନ୍ତ୍ରୀ


ଭୁବନେଶ୍ୱର,୨୧ ଅକ୍ଟୋବର (ହି.ସ.) - ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ଜିଲ୍ଲା ପ୍ରଶାସନକୁ ଆଲର୍ଟ କରିଛନ୍ତି ରାଜ୍ୟ ସରକାର। ବିଦେଶୀ ପାଣିପାଗ ମଡେଲ ଓ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦେଖି ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

ସେ କହିଛନ୍ତି ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ହେବାର ଆକଳନ ହୋଇଛି । ବାତ୍ୟା ନେଇ ଆମେରିକାର ଏକ ସଂସ୍ଥା ଆକଳନ କରୁଛି। କିନ୍ତୁ ଭାରତୀୟ ପାଣିପାଗ ସଂସ୍ଥା କେବଳ ବର୍ଷା ହେବ ବୋଲି ବର୍ତମାନ ସୁଦ୍ଧା ଆକଳନ କରିଛି। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଦକ୍ଷିଣ ଓଡ଼ିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି । ତେଣୁ ତାକୁ ରେଡ଼ ଆଲର୍ଟରେ ରଖା ଯାଇଛି। ଉପକୂଳ ଜିଲ୍ଲା ଗୁଡିକୁ ଅରେଞ୍ଜ ଆଲର୍ଟରେ ରଖିଛୁ । ବର୍ଷା ଅଧିକ ପରିମାଣରେ ହେବାର ସମ୍ଭାବନା ଥିବାରୁ ଆମେ ଜିଲ୍ଲା ପ୍ରଶାସନ ଆଲର୍ଟ ରେ ରଖିଛୁ । ପ୍ରକୋପ ଯଦି ବେଶୀ ହୁଏ ସେଥିପାଇଁ ଆମେ ପ୍ରସ୍ତୁତ କମ ହେଲେ ବି ତାର ମୁକାବିଲା କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande