ନୂଆପଡ଼ା ଉପ ନିର୍ବାଚନ : ବିଜେଡି ହାରିବା ପରର ସ୍କ୍ରିପ୍ଟ ତିଆରି କରି ସାରିଲାଣି - ସୁରେଶ ପୂଜାରୀ
ଭୁବନେଶ୍ୱର,୨୧ ଅକ୍ଟୋବର (ହି.ସ.) - ନୂଆପଡ଼ା ଉପ ନିର୍ବାଚନକୁ ନେଇ ବିଜେଡି କୁ କଟାକ୍ଷ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ବିଜେଡି ହାରିବା ପରର ସ୍କ୍ରିପ୍ଟ ତିଆରି କରି ସାରିଲାଣି। ନିର୍ବାଚନ ପରେ ବିଜେଡି ଲୋକଙ୍କୁ କଣ କଣ ସମ୍ଭାବ୍ୟ କାରଣ ସବୁ କହିବେ ତାର ଲିଷ୍ଟ ପ୍ରସ୍ତୁତ
ନୂଆପଡ଼ା ଉପ ନିର୍ବାଚନ : ବିଜେଡି ହାରିବା ପରର ସ୍କ୍ରିପ୍ଟ ତିଆରି କରି ସାରିଲାଣି - ସୁରେଶ ପୂଜାରୀ


ଭୁବନେଶ୍ୱର,୨୧ ଅକ୍ଟୋବର (ହି.ସ.) - ନୂଆପଡ଼ା ଉପ ନିର୍ବାଚନକୁ ନେଇ ବିଜେଡି କୁ କଟାକ୍ଷ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ବିଜେଡି ହାରିବା ପରର ସ୍କ୍ରିପ୍ଟ ତିଆରି କରି ସାରିଲାଣି। ନିର୍ବାଚନ ପରେ ବିଜେଡି ଲୋକଙ୍କୁ କଣ କଣ ସମ୍ଭାବ୍ୟ କାରଣ ସବୁ କହିବେ ତାର ଲିଷ୍ଟ ପ୍ରସ୍ତୁତ କରି ରଖି ସାରିଲାଣି । ନୂଆପଡ଼ା ଉପ ନିର୍ବାଚନ ପରେ ବିଜେପିର ଆଉ ଗୋଟେ ସିଟ ବଢିବ। ରାଜ୍ୟ ସରକାରଙ୍କ ଦେଢ଼ ବର୍ଷର କାର୍ଯ୍ୟକୁ ଲୋକେ ନୂଆପଡ଼ାରେ ପୁରସ୍କୃତ କରାଇବେ। ବିକାଶ ସହିତ ଲୋକ ରହିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ।

ସେ ଆହୁରି କହିଛନ୍ତି ବିଜେଡି କ୍ୟାଣ୍ଡେଟ କୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଯିଏ ଯେଉଁଠି ଚାହିଁଲେ ନିର୍ବାଚନ ଲଢ଼ି ପାରିବ। କିନ୍ତୁ ସେ ଦଳ ପ୍ରଥମେ ପ୍ରୟାସ କରିବା କଥା ୨୪ ବର୍ଷ ଶାସନ କରିବା ପରେ ନେତୃତ୍ୱ ସୃଷ୍ଟି କରି ପାରିନି। ଅତାବିରାରୁ ଆଣିକି ପ୍ରାର୍ଥୀ ଦେଲେ ଆପତି ନାହିଁ କିନ୍ତୁ ଏଇ ସମୟ ରେ କାହିଁକି ତୁମେ ନୂଆପଡ଼ା ରୁ କାହାକୁ ପ୍ରାର୍ଥୀ କରି ପାରିଲ ନାହିଁ । ବିଜେଡି ସ୍ୱୀକାର କରୁ ୨୪ ବର୍ଷ ଭିତରେ ରାଜୁ ଢୋଲକିଆଙ୍କୁ ଛାଡି ଦେଲେ ନୂଆପଡ଼ା ରେ ଦ୍ୱିତୀୟ ସକ୍ଷମ ବ୍ୟକ୍ତି ତିଆରି କରିନୁ । ସେଥିପାଇଁ ବାହାରୁ ଆଣିକି ପ୍ରାଥୀô ଦେଲୁ ।

ବିଜେଡି ବିଜେପି ଠୁ ଶିଖିବା ଚେଷ୍ଟା କରୁ । ବ୍ୟକ୍ତି କେନ୍ଦ୍ରୀୟ ନୁହେଁ ନୂଆ ନେତୃତ୍ୱ ସୃଷ୍ଟି କରୁ ବିଜେଡି ।

ଆଉ ପରାଜୟକୁ ସ୍ୱୀକାର କରିବାର ଅଭ୍ୟାସ ରଖନ୍ତୁ ।

ନୂଆପଡ଼ା ନିର୍ବାଚନରେ ଅନେକ ଫ୍ୟାକ୍ଟର କାମ କରିବ। ରାଜ୍ୟ ସରକାରଙ୍କ ଦେଢ଼ ବର୍ଷ କାର୍ଯ୍ୟକଳାପ, ବିଗତ ୨୪ ଧରି ସରକାରରେ ଥିବା ଲୋକ ସେ ଅଞ୍ଚଳ ପାଇଁ କଣ କରିଛନ୍ତି, ଅବିକଶିତ ଜିଲ୍ଲା ମଧ୍ୟରୁ ନୂଆପଡ଼ା ଅନ୍ୟତମ, ଜଳସେଚନଠୁ ନେଇ ଜନଜାତିଙ୍କ ସମସ୍ୟା ଓ ଦାରିଦ୍ର‌୍ୟ, ଦାଦନ ପରି ସମସ୍ୟା ଜିଲ୍ଲାକୁ କବଳିତ କରିଛି । ନୂଆପଡ଼ା ଶିଳ୍ପ ଶୁନ୍ୟ ଜିଲ୍ଲା ଭାବେ ପରିଚିତ । ଜଳ ସେଚନ କଥା ଠୁ ଶିଳ୍ପ ନିର୍ମାଣ ଆମ ସରକାର କାମ ଆରମ୍ଭ କରିଛନ୍ତି । ଯାହା କି ବିଗତ ସରକାର ମାନେ କରି ନଥିଲେ । ଏହି ସବୁ ଫ୍ୟାକ୍ଟର କୁ ନେଇ ଲୋକେ ଭୋଟ ଦେବେ । ଦାଦନ ରୋକିବା ପାଇଁ ଆମେ ଅଲରେଡି ବ୍ଲୁ ପ୍ରିଂଟ କରି ସାରିଛୁ । ବୈଠକ ବସି ନିଷ୍ପତ୍ତି ହୋଇଛି । ନିର୍ବାଚନ ପରେ ତାହା କାର୍ଯ୍ୟକ୍ଷମ ହେବ ।

.......,

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande