ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ, ରାକେଟ୍ ଚାଳିତ ଗ୍ରେନେଡ୍ ସହିତ ଦୁଇ ଗିରଫ
ଚଣ୍ଡିଗଡ଼ 21 ଅକ୍ଟୋବର (ହି.ସ.)- ପଞ୍ଜାବ ପୋଲିସ ଅମୃତସରରେ ଏକ ବଡ଼ ଅପରାଧକୁ ପଣ୍ଡ କରି ଦୁଇ ଯୁବକଙ୍କୁ ଗିରଫ କରିବା ସହିତ ଏକ ରାକେଟ୍ ଚାଳିତ ଗ୍ରେନେଡ୍ (ଆରପିଜୀ) ଜବତ କରିଛି।ପୁଲିସ ମହାନିର୍ଦ୍ଦେଶକ ଗୌରବ ଯାଦବ ମଙ୍ଗଳବାର ଦିନ କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସିଗ
ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ, ରାକେଟ୍ ଚାଳିତ ଗ୍ରେନେଡ୍ ସହିତ ଦୁଇ ଗିରଫ


ଚଣ୍ଡିଗଡ଼ 21 ଅକ୍ଟୋବର (ହି.ସ.)- ପଞ୍ଜାବ

ପୋଲିସ ଅମୃତସରରେ ଏକ ବଡ଼ ଅପରାଧକୁ ପଣ୍ଡ କରି ଦୁଇ ଯୁବକଙ୍କୁ ଗିରଫ କରିବା ସହିତ ଏକ ରାକେଟ୍

ଚାଳିତ ଗ୍ରେନେଡ୍ (ଆରପିଜୀ) ଜବତ କରିଛି।ପୁଲିସ

ମହାନିର୍ଦ୍ଦେଶକ ଗୌରବ ଯାଦବ ମଙ୍ଗଳବାର ଦିନ କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ସହିତ

ମିଳିତ ଗୁଇନ୍ଦା ଅଭିଯାନରେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ, ମହକଦୀପ ସିଂହ ଓରଫ

ମହକ ଏବଂ ଆଦିତ୍ୟ ଓରଫ ଆଧୀଙ୍କୁ ଅମୃତସରରୁ ଗିରଫ

କରାଯାଇଛି। ଡିଜିପି କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ଦୁଇଜଣ ପାକିସ୍ତାନର

ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ଅପରେଟିଭଙ୍କ ସହ ଯୋଗାଯୋଗରେ ଥିଲେ, ଯିଏ ସେମାନଙ୍କୁ ଏହି ବିପଦପୂର୍ଣ୍ଣ ଅସ୍ତ୍ର

ଯୋଗାଇଥିଲା। ଏହା ବ୍ୟତୀତ ଏହାର ସମ୍ପର୍କ ଫିରୋଜପୁର ଜିଲ୍ଲାରେ ବନ୍ଦ ହରିପ୍ରିତ ସିଂହ ଓରଫ ଭିକିଙ୍କ

ସହ ମଧ୍ୟ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande