ସମ୍ବଲପୁର, ୨୧ ଅକ୍ଟୋବର(ହି.ସ.) – ପବିତ୍ର ଦୀପାବଳି ଉତ୍ସବକୁ ଚଳିତ ବର୍ଷ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସମ୍ବଲପୁର ସ୍ଥିତ ଉତ୍କଳ ବାଳାଶ୍ରମର କୁନିକୁନି ଅନ୍ତେବାସୀ ମାନଙ୍କ ସହିତ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ଶିଶୁମାନଙ୍କ ସହିତ ଦୀପାବଳିର ଆଲୋକ ଓ ଆନନ୍ଦ ସହିତ ସେମାନଙ୍କ ସହ ଉତ୍ସବ ଅନୁଭବ ଅଦାନ-ପ୍ରଦାନ କରିଥିଲେ। ସୂଚନା ଅନୁଯାୟୀ ଉତ୍କଳ ବାଳାଶ୍ରମରେ ଥିବା ମୋଟ୍ ୬୫ ଜଣ କୋମଳମତି ଅନ୍ତେବାସୀ ଶିଶୁ ଆଲୋକର ପର୍ବ ଦୀପାବଳି ଉତ୍ସବ ପାଳନ କରି ଖୁବ୍ ଆନନ୍ଦ ଓ ଉତ୍ସାହିତ ହୋଇ ଉଠିଥିଲେ । ଏପରିକି ଆଶ୍ରମ ପରିସରରେ ଏକ ଭିନ୍ନ ହସ ଖୁସିର ପରିବେଶ ଦେଖିବାକୁ ମିଳିଥିଲା।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ