ଅସହାୟ ମହିଳାଙ୍କ ସହ ଦିପାବଳୀ ପାଳିଲେ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା
କେନ୍ଦ୍ରାପଡା, ୨୧ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡାର ଜଣାଶୁଣା ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କରିଲୋପାଟଣା ଗ୍ରାମର ଅସହାୟ ମହିଳା ସୁଷମା ମଲ୍ଲଙ୍କ ସହ ଅଲୋକର ପର୍ବ ଦିପାବଳୀ ପାଳନ କରିଥିବା ଜଣାପଡିଛି । ତାଙ୍କର ସ୍ୱାମୀ ଦୀର୍ଘ ଦିନ ହେବ ଆର ପାରିକୁ ଚାଲି ଗଲେଣି । ତାଙ୍କର ସନ୍ତାନ ନା
ଅସହାୟ ମହିଳାଙ୍କ ସହ ଦିପାବଳୀ ପାଳିଲେ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା


କେନ୍ଦ୍ରାପଡା, ୨୧ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡାର ଜଣାଶୁଣା ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କରିଲୋପାଟଣା ଗ୍ରାମର ଅସହାୟ ମହିଳା ସୁଷମା ମଲ୍ଲଙ୍କ ସହ ଅଲୋକର ପର୍ବ ଦିପାବଳୀ ପାଳନ କରିଥିବା ଜଣାପଡିଛି । ତାଙ୍କର ସ୍ୱାମୀ ଦୀର୍ଘ ଦିନ ହେବ ଆର ପାରିକୁ ଚାଲି ଗଲେଣି । ତାଙ୍କର ସନ୍ତାନ ନାହାଁନ୍ତି । ଏହି ଦୁଃଖିନୀ ମା ଟି କିପରି ବା ଦୀପାବଳୀ ପାଳିବ ? ଯାହାର ଘରେ ଖାଇବାକୁ ନାହିଁ, ପିନ୍ଧିବାକୁ ନାହିଁ, ଦୀପ ଜାଳିବାକୁ ବଳିତା ନାହିଁ ତା'ର ବା କ'ଣ ଦୀପାବଳୀ । ଏହିପରି ଜଣେ ଅସହାୟ ମହିଳାଙ୍କ ବିଷୟରେ ଜାଣିବା ପରେ, ତାଙ୍କ ନିକଟରେ ଆଶାର ଦୀପାବଳୀ ନେଇ ପହଞ୍ଚିଥିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ଗଣ । ମା ସୁଷୁମାଙ୍କ ପାଇଁ ବସ୍ତ୍ର, ଦୁଇ ମାସର ରାସନ, ପନିପରିବା, ଖୁସିର ପର୍ବ ପାଇଁ ମିଷ୍ଟାନ୍ନ ଓ ଦୀପାବଳୀର ସମସ୍ତ ସରଞ୍ଜାମ ସହ ତାଙ୍କ ଭଙ୍ଗା କୁଡ଼ିଆରେ ପହଞ୍ଚିଥିଲେ ।

କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ସମ୍ପାଦକ ରାଜେଶ କୁମାର ବାରିକ, ପଦାରବିନ୍ଦ, ଗଙ୍ଗାଧର ସାମଲ, କେଦାର ସ୍ୱାଇଁ, ନିଗମ ସାହୁ, ଭାବଗ୍ରାହୀ ସାହୁ, କାଳନ୍ଦୀ ମଲ୍ଲିକ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande