୬୬ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳନ
କେନ୍ଦ୍ରାପଡ଼ା, ୨୦ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ା ଜଜାଙ୍ଗସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ୬୬ତମ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି। କେନ୍ଦ୍ରାପଡ଼ା ପୋଲିସ ତରଫରୁ ଆୟୋଜିତ ଦିବସରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହୀଦ ସ୍ମୃତି ସ୍ମାରକୀରେ ଶ୍ରଦ୍ଧା
୬୬ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳନ


କେନ୍ଦ୍ରାପଡ଼ା, ୨୦ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ା ଜଜାଙ୍ଗସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ୬୬ତମ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି। କେନ୍ଦ୍ରାପଡ଼ା ପୋଲିସ ତରଫରୁ ଆୟୋଜିତ ଦିବସରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହୀଦ ସ୍ମୃତି ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାସହିତ ଶହୀଦଙ୍କ ବୀରତ୍ୱକୁ ପ୍ରଶଂସା କରିଛନ୍ତି। ଚଳିତ ବର୍ଷ ସମଗ୍ର ଦେଶର୧୯୧ ଜଣ ପୋଲିସ କତର୍ବ୍ୟ ନିର୍ବାହ କରୁଥିବାବେଳ ସହି ହୋଇଛନ୍ତି। ସେଥିମଧ୍ୟରୁ ଓଡ଼ିଶାର ୨ ଜଣ କନେଷ୍ଟବଳ ଲକ୍ଷ୍ମଣ ମାଝି ଓ ଲୋକନାଥ ଶବର ଅଛନ୍ତି । ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକଙ୍କ ସମେତ ଏସ୍‌ଡିପିଓ ଜ୍ୟୋତିରଂଜନ ଗୌଡ଼, ଟାଉନ ଥାନା ଅଧିକାରୀ ଦିଲିପ କୁମାର ସାହୁ, ଡିଏସ୍‌ପି ସସ୍ମିତା ସାହୁ, ଇନିସପେକ୍ଟର ପୂର୍ଣ୍ଣଚନ୍ଦ୍ର ପଟାୟତଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ପଦାଧିକାରୀମାନେ ଉପସ୍ଥିତ ରହି ଶହୀଦଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବାର୍ତା ପାଠ କରାଯାଇ ଥିଲା। ରିଜର୍ଭ ଇନିସେପକ୍ଟର ପ୍ରଶାନ୍ତ କୁମାର ରଣସିଂହ ଓ ସହକାରୀ ଅକ୍ଷୟ ଘଡ଼େଇ ଆଜିର ପ୍ୟାରେଡ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande