ଭୋପାଳରେ ଦୀପାବଳିର ରାତିରେ ଥାର୍‌ର ଧକ୍କାରେ 2 ମୃତ, 2 ଗୁରୁତର
ଭୋପାଲ, 21 ଅକ୍ଟୋବର (ହି.ସ.)- ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଦୀପାବଳି ରାତିରେ ଦ୍ରୁତଗତିରେ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଇଟଖେଡ଼ି ଥାନା ଅଞ୍ଚଳରେ ଏକ ଲାଲ ରଙ୍ଗର ଥାର ଗାଡ଼ି ରାସ୍ତାରେ ଚାଲିଥିବା ଲୋକମାନଙ୍କୁ ଧକ୍କା ଦେଇଛି। ଏହି ଦୁ
ଭୋପାଳରେ ଦୀପାବଳିର ରାତିରେ     ଥାର୍‌ର ଧକ୍କାରେ 2 ମୃତ, 2 ଗୁରୁତର


ଭୋପାଲ, 21 ଅକ୍ଟୋବର (ହି.ସ.)- ମଧ୍ୟପ୍ରଦେଶର

ରାଜଧାନୀ ଭୋପାଳରେ ଦୀପାବଳି ରାତିରେ ଦ୍ରୁତଗତିରେ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟିଛି। ସୋମବାର

ରାତିରେ ଇଟଖେଡ଼ି ଥାନା ଅଞ୍ଚଳରେ ଏକ ଲାଲ ରଙ୍ଗର ଥାର ଗାଡ଼ି ରାସ୍ତାରେ ଚାଲିଥିବା ଲୋକମାନଙ୍କୁ

ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଓ ଦୁଇ ଜଣ ଗୁରୁତର ଆହତ

ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଏକ ବେସରକାରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ପୋଲିସ ଘଟଣାରେ

ମାମଲା ରୁଜୁ କରି ଗାଡ଼ିର ରେଜିଷ୍ଟ୍ରେସନ୍‌ ନମ୍ବର ଆଧାରରେ ଅଭିଯୁକ୍ତ ପର୍ଯ୍ୟନ୍ତ ପହଞ୍ଚିବାର

ଚେଷ୍ଟା କରୁଛି। ଦୁର୍ଘଟଣା ପରେ ଅଭିଯୁକ୍ତ ଚାଳକ ସହିତ ଜିପରେ ଥିବା ଅନ୍ୟ ଯୁବକମାନେ ଘଟଣା

ସ୍ଥଳରୁ ପଳାଇଯାଇଥିଲେ। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଉତ୍ତେଜିତ ହୋଇ ଗାଡ଼ି ଭଙ୍ଗାରୁଜା

କରିଛନ୍ତି।

ସୂଚନା ମିଳିବା ପରେ ପୋଲିସ

ଘଟଣା ସ୍ଥଳରେ ପହଞ୍ଚି ମୃତକମାନଙ୍କ ପରିଚୟ ଅବ୍ଦୁଲ ମୁଖତାର ଓ ଅବ୍ଦୁଲ ଗନି ବୋଲି କରିଛି।

ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି। ପୋଲିସ ଦୁଇଟି ଶବକୁ ପୋଷ୍ଟମର୍ଟମ୍ ପାଇଁ ମର୍ଚ୍ଚୁଆରୀରେ

ସୁରକ୍ଷିତ ଭାବେ ରଖାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande