ମୁମ୍ବାଇ, 21 ଅକ୍ଟୋବର (ହି.ସ.)- ବଲିଉଡର ଦିଗ୍ଗଜ
ଅଭିନେତା ଓ ନିର୍ଦ୍ଦେଶକ ଅସରାନୀଙ୍କର ସୋମବାର ସନ୍ଧ୍ୟାରେ ପରଲୋକ ହୋଇଛି । ୮୪ ବର୍ଷ ବୟସ ଥିବା ଅସରାନୀଙ୍କର ମୃତ୍ୟୁ ମୁମ୍ବାଇର
ଆରୋଗ୍ୟ ନିଧି ହସ୍ପିଟାଲରେ ଘଟିଛି। ସାନ୍ତାକ୍ରୁଜ ରେଥିବା ଶାସ୍ତ୍ରୀ ନଗର ଶ୍ମଶାନ ଘାଟରେ
ପରିବାର ଓ ନିକଟତମ ମିତ୍ରମାନଙ୍କ ଉପସ୍ଥିତିରେ ତାଙ୍କର ଶେଷ ସଂସ୍କାର କରାଯାଇଛି।
ଏହି ଖବର ଯୋଗୁ ସମଗ୍ର ଚଳଚ୍ଚିତ୍ର
ଶିଳ୍ପଜଗତ ପାଇଁ ଗଭୀର ଶୋକ ଖେଳିଯାଇଛି। ଅସରାନୀ ମୃତ୍ୟୁ ପୂର୍ବରୁ କେବଳ କିଛି ଘଣ୍ଟା ପୂର୍ବରୁ
ତାଙ୍କର ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ଦିପାବଳି 2025 ର ଶୁଭେଚ୍ଛା ଶେୟାର କରିଥିଲେ। ଖବର
ଅନୁଯାୟୀ, ସେ ମୃତ୍ୟୁ ପୂର୍ବରୁ ତାଙ୍କର ଜୀବନ ସାଥୀ ମଞ୍ଜୁ ଅସରାନୀଙ୍କୁ କହିଥିଲେ ଯେ, ତାଙ୍କର ମୃତ୍ୟୁ
ପରେ କୌଣସି ଢୋଳ ନାଗାରା କିମ୍ବା ଆଡମ୍ବର ନ କରାଯାଉ। ଏହି କାରଣରୁ ପରିବାର ତାଙ୍କ ଶବଦାହ
କୌଣସି ଔପଚାରିକ ଘୋଷଣା ବିନା ଶାନ୍ତିପୂର୍ଣ୍ଣ ଭାବେ କରିଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା