କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରାର୍ଥୀପତ୍ର ନାକଚ କରାଯାଉ: ବିଜେପି
ଭୁବନେଶ୍ୱର,୨୧ ଅକ୍ଟୋବର (ହି.ସ.) - ନୂଆପଡା କଂଗ୍ରେସ ପ୍ରାର୍ଥୀ ଶ୍ରୀ ଘାସିରାମ ମାଝୀଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ ଆଣିବା ସହ ତାଙ୍କର ପ୍ରାର୍ଥୀପତ୍ରକୁ ନାକଚ କରିବାକୁ ଦାବି କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ବିଜେପି ଅଭିଯୋଗ କରିଛି ଯେ ତାଙ୍କ ନ
କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରାର୍ଥୀପତ୍ର ନାକଚ କରାଯାଉ: ବିଜେପି


ଭୁବନେଶ୍ୱର,୨୧ ଅକ୍ଟୋବର (ହି.ସ.) - ନୂଆପଡା କଂଗ୍ରେସ ପ୍ରାର୍ଥୀ ଶ୍ରୀ ଘାସିରାମ ମାଝୀଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ ଆଣିବା ସହ ତାଙ୍କର ପ୍ରାର୍ଥୀପତ୍ରକୁ ନାକଚ କରିବାକୁ ଦାବି କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି।

ବିଜେପି ଅଭିଯୋଗ କରିଛି ଯେ ତାଙ୍କ ନାମରେ ନୂଆପଡା ଥାନାରେ ରୁଜୁ ହୋଇଥିବା ଦୁଇଟି ଅଭିଯୋଗର ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ହୋଇନାହିଁ । ଗତ ୨୦୨୪ ସାଧାରଣ ନିର୍ବାଚନରେ ଦୁଇଟି ଅଭିଯୋଗ ୧୪୬/୨୦୨୨ ଏବଂ ୧୦/୨୦୧୮ ସଂପର୍କରେ ଶ୍ରୀ ମାଝୀ ନିର୍ବାଚନ ଆୟୋଗଙ୍କ ନିକଟରେ ଉଲ୍ଲେଖ କରିଥିଲେ, ଯାହାକି ବର୍ତମାନ ସୁଦ୍ଧା ମାନ୍ୟବର ଏସ୍‌ଡିଜେଏମ୍ କୋର୍ଟରେ ବିଚାରଧିନ ଅଛି । ମାତ୍ର ଚଳିତ ଉପନିର୍ବାଚନ ପାଇଁ ଦାଖଲ କରିଥିବା ସତ୍ୟପାଠରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝୀ ଉକ୍ତ ଦୁଇଟି ମାମଲା ସଂପର୍କରେ ଜାଣିଶୁଣି ଉଲ୍ଲେଖ କରିନାହାନ୍ତି । ଏହା “ଜନପ୍ରତିନିଧି ଆଇନ-୧୯୫୧ ର ଧାରା ୧୨୫-‘କ’ ଅନୁଯାୟୀ ଧର୍ତବ୍ୟ ଅପରାଧ । ତେଣୁ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ ସହ ତାଙ୍କ ନାମାଙ୍କନ ପତ୍ର ନାକଚ ହେବା ଉଚିତ୍ ।

ଏ ସଂପର୍କରେ ସୁଚନା ଦେଇ ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି କହିଛନ୍ତି ଯେ; ଯେଉଁ କଂଗ୍ରେସ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ, ସେ ଦଳର ନେତାମାନେ ସମ୍ବିଧାନର ମୂଲ୍ୟ ବୁଝିବେ କେମିତି ? ନିଜ ମୂଳ ବିଚାରଧାରାରୁ ସଂପୂର୍ଣ୍ଣ ଓହରି ଯାଇଛି ଆଜିର କଂଗ୍ରେସ ଦଳ । କଂଗ୍ରେସ ଦଳର ବିଚାର ଓ କାର୍ଯ୍ୟଶୈଳୀକୁ ସାଧାରଣ ଜନତା ଆଉ ଗ୍ରହଣ କରୁନାହାନ୍ତି । ଅପରାଧୀ ଏବଂ ଅସାମାଜିକ ତତ୍ୱର ଆଡ୍ଡାସ୍ଥଳ ପାଲଟିଛି କଂଗ୍ରେସ ଦଳ । ନିଜ ସାଧାରଣ ଜୀବନରେ କରିଥିବା ଅସାମାଜିକ କାର୍ଯ୍ୟଗୁଡିକୁ କଂଗ୍ରେସ ଦଳର ନେତାମାନେ ଲୁଚାଇବାକୁ ପଛାଉନାହାନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ପୁଣି ଥରେ ନୂଆପଡା ଉପନିର୍ବାଚନରେ ଦେଖିବାକୁ ମିଳିଛି । ଚଳିତ ନୂଆପଡା ଉପନିର୍ବାଚନରେ କଂଗ୍ରେସର ଦଳୀୟ ପ୍ରାର୍ଥୀ ଶ୍ରୀ ଘାସିରାମ ମାଝୀ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠରେ ନିଜ ଅପରାଧିକ କାର୍ଯ୍ୟକଳାପକୁ ଲୁଚାଇଛନ୍ତି । ଏହା ଏକ ଜଘନ୍ୟ ଅପରାଧ ଓ ଅକ୍ଷମଣୀୟ ବୋଲି ଡ.ମହାନ୍ତି କହିଛନ୍ତି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ, ରାଜ୍ୟ ଲିଗାଲ ସେଲ ସଂଯୋଜକ ଜୟନ୍ତ ଜେନା ଏବଂ ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande