ବିଜୁ ଜନତା ଦଳର ‘କଫିନ’ରେ ଶେଷ କଂଟା ବାଡେଇବେ ନୂଆପଡ଼ାବାସୀ: ବିଜେପି
ଭୁବନେଶ୍ୱର,୨୧ ଅକ୍ଟୋବର (ହି.ସ.) - ଭାରତୀୟ ଜନତା ଦଳର ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ନେଇ ବିଜୁ ଜନତା ଦଳର ବିଧାୟକ ତଥା ମୁଖପାତ୍ର ଗୌତମବୁଦ୍ଧ ଦାସ ସାମାଜିକ ଗଣମାଧ୍ୟମରେ ଅତ୍ୟନ୍ତ ଅଭଦ୍ର, ଅଶାଳୀନ ଓ ଶସ୍ତା ମନ୍ତବ୍ୟ ଦେଇଛନ୍ତି । ଏହା ତାଙ୍କ ପାର୍ଟି ତଥା ତାଙ୍କ ହତାଶାର ମନୋଭାବକୁ ପରିପ୍ରକାଶ କରୁଛି
ବିଜୁ ଜନତା ଦଳର ‘କଫିନ’ରେ ଶେଷ କଂଟା ବାଡେଇବେ ନୂଆପଡ଼ାବାସୀ: ବିଜେପି


ଭୁବନେଶ୍ୱର,୨୧ ଅକ୍ଟୋବର (ହି.ସ.) - ଭାରତୀୟ ଜନତା ଦଳର ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ନେଇ ବିଜୁ ଜନତା ଦଳର ବିଧାୟକ ତଥା ମୁଖପାତ୍ର ଗୌତମବୁଦ୍ଧ ଦାସ ସାମାଜିକ ଗଣମାଧ୍ୟମରେ ଅତ୍ୟନ୍ତ ଅଭଦ୍ର, ଅଶାଳୀନ ଓ ଶସ୍ତା ମନ୍ତବ୍ୟ ଦେଇଛନ୍ତି । ଏହା ତାଙ୍କ ପାର୍ଟି ତଥା ତାଙ୍କ ହତାଶାର ମନୋଭାବକୁ ପରିପ୍ରକାଶ କରୁଛି। ଆସନ୍ନ ପରାଜୟରେ ଭୟଭୀତ ହୋଇ ଗୌତମବୁଦ୍ଧ ଦାସ ଏଭଳି ବୟାନବାଜୀ କରିଛନ୍ତି । ଦୀର୍ଘଦିନ ଧରି ନିର୍ଦ୍ଧିଷ୍ଟ ଅଣଓଡ଼ିଆ ଅଫିସରଙ୍କ ପାଇଁ ଚାମଚାଗିରି କରୁଥିବା ଓ ତାଙ୍କ ପାଇଁ ମଂଚ, ପ୍ୟାଣ୍ଡେଲ ବାନ୍ଧୁଥିବା ବେଜେଡି ନେତାଙ୍କ ମାନସିକତାରେ କୌଣସି ପରିବର୍ତନ ଦେଖାଯାଉନାହଁ । ଗୋଟିଏ ସମୁଦାୟ ବିରୋଧରେ ବିଜେଡି ଯେଉଁଭଳି ମନ୍ତବ୍ୟ ଦେଇଛି, ତାହା ସେମାନଙ୍କ ରାଜନୈତିକ ଅଭଦ୍ରାମୀକୁ ପରିପ୍ରକାଶ କରୁଛି । ଦେଢ଼ବର୍ଷ ପୂର୍ବେ ବିଜେଡିକୁ ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରିସାରିଛନ୍ତି । ବିଜୁ ଜନତା ଦଳର କଫିନରେ ଶେଷ କଂଟା ନୂଆପଡ଼ାବାସୀ ବାଡାଇ ୨୪ ବର୍ଷ ଅହଙ୍କାରର ଅନ୍ତ ଘଟାଇବେ ବୋଲି ବିଜେପି ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି କହିଛନ୍ତି ।

ଡ. ମହାନ୍ତି କହିିଛନ୍ତି ଯେ, ନୂଆପଡା ଉପନିର୍ବାଚନରେ ଆସନ୍ନ ପରାଜୟରେ ଭୟଭୀତ ହୋଇପଡିଥିବାରୁ ତଥ୍ୟ ଓ ସତ୍ୟରୁ ନିବୃତ ରହି ନିଜ ଦୋଷ, ଦୁର୍ବଳତା ଓ ଅପାରଗତାକୁ ଲୁଚାଇବା ପାଇଁ ବିଜେଡି ନେତୃବୃନ୍ଦ ଏବେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି । ବିଜୁ ଜନତା ଦଳକୁ ପ୍ରାର୍ଥୀ ମିଳିଳା ନାହିଁ ବୋଲି ଅନ୍ୟ ଜିଲ୍ଲାରୁ ଜଣଙ୍କୁ ନେଇ ପ୍ରାର୍ଥୀ କରିଛି । ଅପରପକ୍ଷେ ବିଜେପି ପ୍ରାର୍ଥୀଙ୍କ ବାପା ରାଜେନ୍ଦ୍ର ଢୋଲକିଆ ନୂଆପଡ଼ାର ଜଣେ ସୁନାମଧନ୍ୟ ରାଜନେତା ଥିଲେ। ତାଙ୍କ ପ୍ରତି ବିପୁଳ ଜନ ସମର୍ଥନ ଥିଲା । ସେଠାରୁ ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ନୂଆପଡ଼ା ଅଂଚଳର ଜଣେ ଲୋକପ୍ରିୟ ନେତା ଥିଲେ । ଏଭଳି ଜଣେ ରାଜନେତାଙ୍କ ପୁଅ ତଥା ବିଜେପି ପ୍ରାର୍ଥୀଙ୍କ ବିରୋଧରେ ଏଭଳି ଅଶାଳୀନ ମନ୍ତବ୍ୟ ଦିଆଯିବା ଆଦୌ ଶୋଭନୀୟ ନୁହେଁ । ଖାଲି ସେତିକି ନୁହେଁ ଦେଶର ଗୃହମନ୍ତ୍ରୀଙ୍କ ପୁଅ ଯାହାର ରାଜନୀତି ସହ କୌଣସି ସମ୍ପୃକ୍ତି ନାହିଁ, ତାଙ୍କୁ ମଧ୍ୟ ଜବରଦସ୍ତ କରି ଏହା ଭିତରକୁ ଟାଣି ନେଇ ଖରାପ ମନ୍ତବ୍ୟ ଦିଆଯାଉଛି । ଏହା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ । ନୂଆପଡ଼ାବାସୀ ଏହା ଉଚିତ ଜବାବ ଦେବେ ବୋଲି ଡ. ମହାନ୍ତି କହିଛନ୍ତି । ଏହି ଅବସରରେ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande