ରାୟପୁର, 21 ଅକ୍ଟୋବର (ହି.ସ.)- ଛତିଶଗଡ଼
କ୍ୟାଡରର 2012 ବ୍ୟାଚର ଆଇପିଏସ୍ ଅଧିକାରୀ ଆଶୁତୋଷ ସିଂହଙ୍କୁ କେନ୍ଦ୍ର ସରକାର ସିବିଆଇ
(କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ)ରେ ପୁଲିସ୍ ଅଧୀକ୍ଷକ (ଏସପି) ପଦରେ ନିଯୁକ୍ତ କରିବାକୁ ଔପଚାରିକ
ମଞ୍ଜୁରି ଦେଇଛନ୍ତି।
ଭାରତ ସରକାରର କାର୍ମିକ ଓ
ପ୍ରଶିକ୍ଷଣ ବିଭାଗ ମଙ୍ଗଳବାର ଜାରି କରିଥିବା ଆଦେଶ ପତ୍ରରେ କୁହାଯାଇଛି ଯେ, ଆଶୁତୋଷ ସିଂହଙ୍କୁ ପାଞ୍ଚ ବର୍ଷର ଅବଧି ପାଇଁ କିମ୍ବା ପରବର୍ତ୍ତୀ
ଆଦେଶ ନ ଆସିପର୍ଯ୍ୟନ୍ତ ଏହି ପଦରେ ନିଯୁକ୍ତ କରାଯିବ।
ଉକ୍ତ ପତ୍ରରେ ରାଜ୍ୟ
ସରକାରକୁ ଅନୁରୋଧ କରାଯାଇଛି ଯେ, ଏହି ଆଦେଶ ଜାରି ହେବାର ତାରିଖରୁ ତିନି ସପ୍ତାହର ମଧ୍ୟରେ ଆଶୁତୋଷ
ସିଂହଙ୍କୁ ରିଲିଭ୍ କରାଯାଉ, ଯାହାଫଳରେ ସେ ଶୀଘ୍ର ତାଙ୍କର ନୂତନ ଦାୟିତ୍ୱ ସିବିଆଇ ମୁଖ୍ୟାଳୟରେ ଗ୍ରହଣ କରିପାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା