ଭୁବନେଶ୍ୱର,୨୧ ଅକ୍ଟୋବର (ହି.ସ.) - ନୂଆପଡାରେ ଭୋଜି ଖାଇ ଗାଈ ମୃତ୍ୟୁ ଘଟଣାକୁ ତୀବ୍ର ନିନ୍ଦା କରିଛି କଂଗ୍ରେସ। ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ସୋନାଲୀ ସାହୁ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ନିସର୍ତ କ୍ଷମା ମାଗୁ ବୋଲି ଦାବି କରିଛନ୍ତି। ଏହାସହ ମୃତ ଗାଈ ମାଲିକଙ୍କୁ ପ୍ରାଥମିକ ସ୍ତରରେ ୨୫ ହଜାର ଟଙ୍କା କ୍ଷତିପୂରଣ ଦେବା ସହ ଗାଈ ମୃତ୍ୟୁ ଘଟଣା ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି କଂଗ୍ରେସ। ଏହି ଘଟଣା ଏକ ବଡ଼ ଲଜ୍ୟା, ଅପମାନ ବୋଲି କହିଛି କଂଗ୍ରେସ। ବିଜେପି ଗାଈକୁ ହତ୍ୟା କରିଛି । ବିଜେପି ଗୋମତା କଥା କହୁଥାଇପାରେ, ହେଲେ ରକ୍ଷା କରିପାରେ ନାହିଁ । ଉପନିର୍ବାଚନ ମାହୋଲ, କୋଡ଼ ଅଫ କଣ୍ଡକ୍ଟ ଲାଗିଛି। ତେବେ ମୁଖ୍ୟ ନିର୍ବାଚନ ଅଧିକାରୀ ଚୁପ କାହଁକି? ଏଭଳି ଦୁଃଖଦ ଘଟଣା ପରେ ନା ମୁଖ୍ୟମନ୍ତ୍ରୀ ନା ନିର୍ବାଚନ କମିଶନ କିଛି ଆକ୍ସନ ନେଲେ ନାହିଁ । ଏହି ଘଟଣା ପାଇଁ କଂଗ୍ରେସ ବିଜେପି ନେତା ଙ୍କୁ ଟାର୍ଗେଟ କରିଛି। ପ୍ରତାପ ଷଡ଼ଙ୍ଗୀ ସମେତ ବଜରଙ୍ଗ ଦଳ, ଏବିଭିପି ଭଳି ସଂଗଠନ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଘଟଣା ର ସତ୍ୟତା ସାର୍ବଜନୀନ ନହେଲେ କଂଗ୍ରେସ ଚୁପ୍ ବସିବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା