ନୂଆଦିଲ୍ଲୀ, 21 ଅକ୍ଟୋବର (ହି.ସ.)- ଦିଲ୍ଲୀର
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ
ପ୍ରଧାନମନ୍ତ୍ରୀ ଆବାସରେ ସାକ୍ଷାତ କରି ତାଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କର ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ମୂଲ୍ୟବାନ ସମୟ ଓ
ସ୍ନେହପୂର୍ଣ୍ଣ ମାର୍ଗଦର୍ଶନ ପାଇଁ ହୃଦୟପୂର୍ବକ ଧନ୍ୟବାଦ ଜଣାଇଛନ୍ତି।
ସେ କହିଛନ୍ତି ଯେ, ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ସାନ୍ନିଧ୍ୟ
ଓ ଆଶୀର୍ବାଦ ଆମକୁ ନୂଆ ଉର୍ଜା ଓ ସଂକଳ୍ପ ସହିତ ଦିଲ୍ଲୀର ସେବାରେ ଅଧିକ ସମର୍ପିତ ଭାବରେ
କାର୍ଯ୍ୟ କରିବାକୁ ପ୍ରେରିତ କରେ। ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ଅବସରର
ଗୋଟିଏ ଫଟୋ ମଧ୍ୟ ସେୟାର କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା