ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.)
- କେନ୍ଦ୍ରୀୟ
ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୋଲିସ୍ ସ୍ମୃତି ଦିବସ ଅବସରରେ ଦେଶର ସମସ୍ତ ପୋଲିସ୍
କର୍ମଚାରୀଙ୍କୁ ନମନ କରି ତାଙ୍କର ସାହସ, ସମର୍ପଣ ଓ ବଳିଦାନକୁ
ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ତାଙ୍କର ସୋସିଆଲ୍ ମିଡିଆ
ପୋଷ୍ଟରେ ସେ ଲେଖିଛନ୍ତି ଯେ, ପୋଲିସ୍ ସ୍ମୃତି ଦିବସରେ ଆମର ବୀର ପୋଲିସ୍ କର୍ମଚାରୀଙ୍କୁ
ଶ୍ରଦ୍ଧାଞ୍ଜଳି। ଆମର ପୋଲିସ୍ ବଳ ନିରନ୍ତର ଭାବେ କାନୁନ-ଶୃଙ୍ଖଳା ରକ୍ଷା କରିବା, ଲୋକଜୀବନ ଓ ସ୍ୱାଧୀନତାକୁ ସୁରକ୍ଷିତ ରଖିବାରେ ଲାଗି ରହିଛନ୍ତି। ଆମେ ଏହି ବର୍ଦ୍ଧିଧାରୀ
ବୀର ପୁରୁଷ ଓ ନାରୀଙ୍କ ସାହସ, ନିଷ୍ଠା ଓ ବଳିଦାନକୁ
ଶତ୍-ଶତ୍ ନମନ କରୁଛୁ, ଯେଉଁମାନେ ସମାଜ ଓ ରାଷ୍ଟ୍ରର ସୁରକ୍ଷା ପାଇଁ ନିଜ
ଜୀବନ ଅର୍ପଣ କରିଦେଇଛନ୍ତି।”
ସେ ଏହା ମଧ୍ୟ କହିଛନ୍ତି ଯେ
ଦେଶର ସୁରକ୍ଷା ଓ ଶାନ୍ତି ବଜାୟ ରଖିବାରେ ପୋଲିସ୍ ବଳର ଭୂମିକା ଅମୂଲ୍ୟ ଓ ଅତ୍ୟନ୍ତ ସ୍ମରଣୀୟ, ତାଙ୍କର ଅବଦାନ ସର୍ବଦା ସର୍ବଦା ସ୍ମରଣ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା