ବଲିଉଡ ଅଭିନେତା ଅସରାନୀଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.)- ବଲିଉଡ ଅଭିନେତା ଅସରାନୀଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସିନେମାର ଅଦ୍ଭୁତ କଳାକାର ଶ୍ରୀ ଗୋବର୍ଧନ ଅସରାନୀଙ୍କ ପରଲୋକର ଖବର
ବଲିଉଡ ଅଭିନେତା ଅସରାନୀଙ୍କ     ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ ପ୍ରକାଶ


ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.)- ବଲିଉଡ ଅଭିନେତା

ଅସରାନୀଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ

ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସିନେମାର ଅଦ୍ଭୁତ କଳାକାର ଶ୍ରୀ ଗୋବର୍ଧନ

ଅସରାନୀଙ୍କ ପରଲୋକର ଖବର ଅତ୍ୟନ୍ତ ଦୁଃଖଦ। ତାଙ୍କର ଉତ୍କୃଷ୍ଟ ଅଭିନୟ, ସହଜ ହାସ୍ୟ ଓ ଜୀବନ୍ତ ଅଭିବ୍ୟକ୍ତି ଦ୍ୱାରା ସେ ହିନ୍ଦୀ ଚଳଚ୍ଚିତ୍ର ଜଗତକୁ ନୂତନ ଶିଖରରେ

ପହଞ୍ଚାଇଥିଲେ। ଦଶନ୍ଧି ଧରି ତାଙ୍କର ବହୁମୁଖୀ ପ୍ରତିଭା ସହିତ ସେ ସମସ୍ତ ବୟସର ଦର୍ଶକମାନଙ୍କୁ

ଆନନ୍ଦ ଦେଇଥିଲେ।

ତାଙ୍କର ସ୍ମରଣୀୟ

ଚରିତ୍ରଗୁଡ଼ିକ ସର୍ବଦା ପ୍ରତ୍ୟେକ ଭାରତବାସୀଙ୍କ ହୃଦୟରେ ବଞ୍ଚି ରହିବ। ଈଶ୍ୱର ତାଙ୍କ ଆତ୍ମାକୁ

ଶାନ୍ତି ପ୍ରଦାନ କରନ୍ତୁ ଓ ତାଙ୍କର ପରିବାର ଓ ଅସଂଖ୍ୟ ଭକ୍ତମାନଙ୍କୁ ଏହି ଗଭୀର ଶୋକ ସହିବା

ପାଇଁ ଶକ୍ତି ଦିଅନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande