ଧର୍ମଶାଳା ଅଂଚଳରେ ଶ୍ୟାମାକାଳଙ୍କ ପୂଜା
ଧର୍ମଶାଳା, ୨୧ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାସ୍ଥିତ ମା ଜେମାଶୁଣୀ ପୀଠ ସମେତ ବିଭିନ୍ନ ସ୍ଥାନରେ ମା ଶ୍ୟାମାକାଳିଙ୍କ ପୂଜା ବହୁ ଅଡମ୍ବର ସହକାରେ ପାଳନ କରାଯାଉଛି । ରବିବାର ବିଳମ୍ବିତ ରାତିରେ ମଣ୍ଡପମାନଙ୍କରେ କଳସ ରଖାଯାଇ ମା ଶ୍ୟମାକାଳୀଙ୍କ ଘଟସ୍ଥାପନ କରାଯାଇ ଯଥାବିଧି
ଧର୍ମଶାଳା ଅଂଚଳରେ ଶ୍ୟାମାକାଳଙ୍କ  ପୂଜା


ଧର୍ମଶାଳା, ୨୧ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାସ୍ଥିତ ମା ଜେମାଶୁଣୀ ପୀଠ ସମେତ ବିଭିନ୍ନ ସ୍ଥାନରେ ମା ଶ୍ୟାମାକାଳିଙ୍କ ପୂଜା ବହୁ ଅଡମ୍ବର ସହକାରେ ପାଳନ କରାଯାଉଛି । ରବିବାର ବିଳମ୍ବିତ ରାତିରେ ମଣ୍ଡପମାନଙ୍କରେ କଳସ ରଖାଯାଇ ମା ଶ୍ୟମାକାଳୀଙ୍କ ଘଟସ୍ଥାପନ କରାଯାଇ ଯଥାବିଧି ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ଆଜି ପ୍ରତ୍ୟୂଷରେ ମାଙ୍କ ନିକଟରେ ସୂର୍ଯ୍ୟ ପୂଜା ଓ ଚଣ୍ଡିପାଠ କରାଯାଇଥିଲା । ସେହିପରି ଆସନ୍ତା କାଲି ପୁର୍ଣ୍ଣାହୁତି ଓ ବିଶର୍ଜନ କରାଯିବ । ଜେମାଶୁଣୀସ୍ଥିତ ମାଙ୍କ ମଣ୍ଡପରେ ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେଉଛି । ଆଖପାଖ ଅଂଚଳର ବହୁ ଶ୍ରଦ୍ଧାଳୁ ଆସିି ମାଙ୍କ ଦର୍ଶନ କରିବା ସହ ଭୋଗ ଓ ଦୀପଦାନ କରୁଛନ୍ତି । ମାଙ୍କ ଏହି ପୂଜା କା୍‌ର୍ଯ୍ୟକୁ ଜେମାଶୁଣୀ ବଜାର କମିଟିର ସଭାପତି ଧରଣୀଧର ପୃଷ୍ଟି, ସମ୍ପାଦକ ସୁଶାନ୍ତ ରାଉତ, କୋଷାଧ୍ୟକ୍ଷ ଗିରିଧାରୀ ବଳ ସେମେତ ରାମକୃଷ୍ଣ ରଥ, ପ୍ରବୋଧ ଶତପଥୀ,ଶ୍ରୀଧର ପ୍ରଧାନ, ମହେନ୍ଦ୍ର ମହାରଣା, ନିରଞ୍ଜନ ସାହୁ, କିସୋର ଚନ୍ଦ୍ର ସାହୁ,ବିଚିତ୍ର ଦାସ, ନରେନ୍ଦ୍ର ସାହୁ ପ୍ରମୁଖ ସମସ୍ତ ସଦସ୍ୟ ପରିଚାଳନା କରୁଛନ୍ତି । ଆସନ୍ତା ୨୪ ତାରିଖ ଶୁକ୍ରବାର ମାଙ୍କ ଭଷାଣ ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande