ମଲାନା ସାହେବଙ୍କ ଉଷ ପାଳିତ
ଧର୍ମଶାଳା, ୨୧ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଚୋରମୁହାଁ ଗ୍ରାମ ସ୍ଥିତ ପିରବାବା ମଲାନା ସାହେବଙ୍କ ଉର୍ଷ ମାହା ଅଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଗ୍ୟାରୁହିଁ ମାସ ୨୦ ତାରିଖ ରବିବାର ଦିନ ମଲନା ସାହେବଙ୍କ ଉର୍ଷ ଅନୁଷ୍ଠିତ ହୋଇଛି । ଏହି ଉର୍
ମଲାନା ସାହେବଙ୍କ ଉଷ ପାଳିତ


ଧର୍ମଶାଳା, ୨୧ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଚୋରମୁହାଁ ଗ୍ରାମ ସ୍ଥିତ ପିରବାବା ମଲାନା ସାହେବଙ୍କ ଉର୍ଷ ମାହା ଅଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଗ୍ୟାରୁହିଁ ମାସ ୨୦ ତାରିଖ ରବିବାର ଦିନ ମଲନା ସାହେବଙ୍କ ଉର୍ଷ ଅନୁଷ୍ଠିତ ହୋଇଛି । ଏହି ଉର୍ଷରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଅତିଥି ଭାବେ ଯୋଗଦେଇ ମଲାନା ସାହେବଙ୍କ ଅସ୍ଥାନରେ ଚାଦର ଚଢାଇଥିଲେ । ପୁର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମଲାନା ସାହେବଙ୍କ ଆସ୍ଥାନରେ ଚାଦର ଚଢାଇଥିଲେ । ଏହି ଉର୍ଷରେ ଜିଲ୍ଲାର ବିଭିନ୍ନ ଅଂଚଳର ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ବାବାଙ୍କ ଅଶିର୍ବାଦ ଭିକ୍ଷା କରିଥିଲେ । ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁରହିବା ସହିତ ସନ୍ଧ୍ୟାରେ ବିହାର, ପଶ୍ଚିମବଙ୍ଗ ଓ ଆନ୍ଦ୍ର ପ୍ରଦେଶ ସମେତ ଓଡିଶାର ବିଭିନ୍ନ ଅଂଚଳରୁ ଆସିଥିବା ମଲବିମାନେ ଇସଲାମ ଧର୍ମର ସାରତତ୍ୱ ସମ୍ପର୍କରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ବୁଝାଇଥିଲେ । ବିଳମ୍ବିତ ରାତ୍ରି ଯାଏଁ ଏହି କାର୍ଯ୍ୟକ୍ରମ ଚାଲିଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସେକ ସାହାଜାନ, ସେକ ସନ୍ନାଉଲ୍ଲା, ସେକ ଅଲ୍ଲିମୁଦ୍ଦିନ ପ୍ରମୁଖ ବହୁ ସଦସ୍ୟ ପରିଚାଳନାରେ ସହାୟତା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande