ଭଗବାନ ଶ୍ରୀ ସତ୍ୟସାଇଙ୍କ ଶତଜନ୍ମୋତ୍ସବ ଅବସରରେ ନିଃଶୁଳ୍କ ମେଗା ସ୍ୱାସ୍ଥ୍ୟ ସେବା ଶିବିର
ଧର୍ମଶାଳା, ୨୧ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଭଗବାନ ଶ୍ରୀ ସତ୍ୟସାଇ ସେବା ସମିତି ଜାରକା ଆନୁକୂଲ୍ୟରେ କଂଟିଗଡିଆ ଭଜନ ମଣ୍ଡଳୀ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଯାଇଛି ।ଚଳିତ ବର୍ଷ ଭଗବାନ ଶ୍ରୀ ସତ୍ୟସାଇଙ୍କ ଶତତମ ଜନ୍ମୋତ୍ସବ ଅବସ
ଭଗବାନ ଶ୍ରୀ ସତ୍ୟସାଇଙ୍କ ଶତଜନ୍ମୋତ୍ସବ ଅବସରରେ ନିଃଶୁଳ୍କ ମେଗା ସ୍ୱାସ୍ଥ୍ୟ ସେବା ଶିବିର


ଧର୍ମଶାଳା, ୨୧ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଭଗବାନ ଶ୍ରୀ ସତ୍ୟସାଇ ସେବା ସମିତି ଜାରକା ଆନୁକୂଲ୍ୟରେ କଂଟିଗଡିଆ ଭଜନ ମଣ୍ଡଳୀ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଯାଇଛି ।ଚଳିତ ବର୍ଷ ଭଗବାନ ଶ୍ରୀ ସତ୍ୟସାଇଙ୍କ ଶତତମ ଜନ୍ମୋତ୍ସବ ଅବସରରେ ବିଭିନ୍ନ ସେବାମୂଳକ ରାଜ୍ୟସଂଗଠନ ନିର୍ଦ୍ଦେଶକ୍ରମେ ଚାଲୁଅଛି । କଂଟିିଗଡିଆ ଭଜନ ମଣ୍ଡଳୀର ଆବାହକ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ତୁହିନାଂଶୁ ରଥଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ସେବା ଶିବିରରେ ପୂର୍ବତନ ଜିଲ୍ଲା ଚିକିତ୍ସାଧିକାରୀ ଡକ୍ଟର ବିଜୟ କୁମାର ଶତପଥୀ ଏହାକୁ ଉଦଘାଟନ କରିଥିଲେ ।ଏହି ଶିବିରରେ ବିଭିନ୍ନ ରୋଗର ଡାକ୍ତରମାନେ ଯୋଗଦେଇ ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣାରେ ଔଷଧ ବଂଟନ କରିଥିଲେ । ଏହି ଶିବିରରେ ୫୨୫ରୁ ଉର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା କରାଯାଇଥିଲା । ସ୍ୱାସ୍ଥ୍ୟ ସେବା ଶିବିରରେ ପୂର୍ବତନ ଜିଲ୍ଲା ଚିକିତ୍ସାଧିକାରୀ ତଥା ଜିଲ୍ଲା ସତ୍ୟସାଇ ସେବା ସଂଗଠନର ପୂର୍ବତନ ସଭାପତି ଡକ୍ଟର ନିଶିକାନ୍ତ କର,ହୃଦରୋଗର ବିଭାଗର ଡକ୍ଟର ପ୍ରଦୀପ୍ତ କୁମାର ରଥ,ସ୍ତ୍ରୀ ଓ ପ୍ରସୂତି ବିଭାଗ ଡା. ସୁଖଦା ମିଶ୍ର, ଚକ୍ଷୁ ବିଶେଷଜ୍ଞ ଦେବବ୍ରତ ପାଣିଗ୍ରାହୀ,ଦନ୍ତ ଚିକିତ୍ସକ ଡା.ସୁମନ କଲ୍ୟାଣ ବେହେରା,ଓ ନାସାକର୍ଣ୍ଣ , ଗଳା ବିଭାଗ,ମେଡିସିନ ବିଭାଗର ଡାକ୍ତରମାନେ ଯୋଗଦେଇଥିଲେ । ବାଳବିକାଶ ଗୁରୁମା ସୁଭାଷିନୀ ରଥ,ଅପପୃତା ରଥ,ସଞ୍ଜୀବ କୁମାର ଜେନା,ପ୍ରଫୁଲ୍ଲ କୁମାର ବେହେରା,କାର୍ତିକ ଚନ୍ଦ୍ର ଜେନା,ଅରୂପାନନ୍ଦ ଜେନା, ବ୍ରହ୍ମାନନ୍ଦ ପଣ୍ଡା,ହରେକୃଷ୍ଣ ମିଶ୍ର,ବଟକୃଷ୍ଣ ମହାରଣା,କୃପାସିନ୍ଧୁ ମହାରଣା,ସୁଭାଷ କୁମାର ପଣ୍ଡା,ମନୋରଞ୍ଜନ କର, ଦୁଃଶାସନ ବେହେରା,ସଞ୍ଜୀବ କୁମାର ହୋତା,ବିଜୟ କୁମାର ସାମଲ,ଶିବିର ପରିଚାଳନା କରିଥିବାବେଳେ ଇନରହୁଇଲ୍ କ୍ଲବର ପୂର୍ବତନ ସଭାନେତ୍ରୀ ତଥା ସମାଜସେବୀକା ମାଧୁରୀ ଶତପଥୀ,ଗୋପବନ୍ଧୁ ସେବା ସଂଘର ସଭାପତି ଅକ୍ଷୟ କୁମାର ଜେନା ଓ ସମ୍ପାଦକ ପ୍ରବୋଧ କୁମାର ପାତ୍ର ଅତିଥି ଭାବେ ଯୋଗଦେଇଥିଲେ । ଜାରକା ସମିତିର ଆବାହକ ଅର୍ଜୁନ ଚରଣ ରାଉତ ସଂଯୋଜନା କରିଥିବାବେଳେ ପୂର୍ବତନ ଆବାହକ ପବିତ୍ର ମୋହନ ବିଶ୍ୱାଳ,ଭଜନାନନ୍ଦ ସାମଲ,ଯତୀନ୍ଦ୍ର ମୋହନ ଦାସ, ମଦନାନନ୍ଦ ମଲ୍ଲିକ,ନରେନ୍ଦ୍ରନାଥ ଶତପଥୀ,ସୁବାଷ ଚନ୍ଦ୍ର ସାହୁ,ଶିବରାମ ସାହୁ,ଗଗନ ବିହାରୀ ଦତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande