ସି-ଭିଜିଲ ଆପ୍ ମାଧ୍ୟମରେ କରିପାରିବେ ଅଭିଯୋଗ
ଭୁବନେଶ୍ୱର,୨୧ ଅକ୍ଟୋବର (ହି.ସ.) - ଭାରତ ନିର୍ବାଚନ ଆୟୋଗ ବିହାର ବିଧାନସଭା ସାଧାରଣ ନିର୍ବାଚନ – ୨୦୨୫ ସହିତ ୮ଟି ବିଧାନସଭା ମଣ୍ଡଳୀର ଉପନିର୍ବାଚନ ସୂଚୀ ଘୋଷଣା କରିଛି। ନିର୍ବାଚନ ଆୟୋଗ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କୁ ଆଦର୍ଶ ଆଚରଣ ବିଧି କଡାକଡି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବିହାରରେ ମୋଟ ୮୨୪ଟି ଫ୍ଲାଇଂ ସ୍କୁଆଡ୍ ନିଯୁକ୍ତ କରାଯାଇଛି, ଯେଉଁମାନେ ନିର୍ବାଚନ ସମ୍ପର୍କିତ ଅଭିଯୋଗ ପାଖରେ ୧୦୦ ମିନିଟ୍ ମଧ୍ୟରେ ପହଁଂଚି ତାର ସମାଧାନ କରିବେ। ନାଗରିକ ଓ ରାଜନୈତିକ ଦଳମାନେ ଉ-ଠସଶସକ୍ଷ ଆପ୍ ମାଧ୍ୟମରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ କରିପାରିବେ।
୨୧ ଅକ୍ଟୋବର ୨୦୨୫ ସୁଦ୍ଧା, ସି- ଭିଜିଲ ଆପ୍ ମାଧ୍ୟମରେ ବିହାର ସାଧାରଣ ନିର୍ବାଚନ ଓ ବିଭିନ୍ନ ଉପନିର୍ବାଚନ ସମ୍ବନ୍ଧିତ ମୋଟ ୬୫୦ଟି ଅଭିଯୋଗ ଦାଖଲ ହୋଇଛି। ସେଥିରୁ ୬୪୯ଟି ଅଭିଯୋଗର ନିଷ୍ପତି ହୋଇସାରିଥିଲା ବେଳେ ୬୧୨ଟି ଅଭିଯୋଗ — ଅର୍ଥାତ୍ ୯୪% ଅଭିଯୋଗକୁ — ୧୦୦ ମିନିଟ୍ ମଧ୍ୟରେ ସମାଧାନ କରାଯାଇଛି ।
ଅଭିଯୋଗ ନିରୀକ୍ଷଣ ପାଇଁ ଏକ ବିଶେଷ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଏହି ଅନୁସାରେ, ୧୯୫୦ ନମ୍ବରରେ ଏକ ସ୍ୱତନ୍ତ୍ର କଲ୍ ସେବା ଚାଲୁ ରହିଛି, ଯାହାମାଧ୍ୟମରେ ଯେକୌଣସି ନାଗରିକ କିମ୍ବା ରାଜନୈତିକ ଦଳ ସଦସ୍ୟ ଡିଇଓ/ଆରଓଙ୍କ ନିକଟରେ ନିଜ ଅଭିଯୋଗ ଦାଖଲ କରିପାରିବେ। ଏହି ବ୍ୟବସ୍ଥା ୨୪ଙ୍ଘଟା ଚାଲୁରହିଛି ।
ସୂଚନା ଯୋଗ୍ୟ ଯେ, ୨୧ ଅକ୍ଟୋବର ୨୦୨୫ ସୁଦ୍ଧା, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୭୧.୩୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ମାଦକଦ୍ରବ୍ୟ, ଉପହାର ସାମଗ୍ରୀ ଏବଂ ନଗଦ ଟଙ୍କା ଜବତ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା