ଦୀପାବଳିରେ ନିଜ ବାର୍ତ୍ତାରେ ସ୍ୱଦେଶୀ, ସ୍ୱଚ୍ଛତା, ସ୍ୱାସ୍ଥ୍ୟ, ରାମମନ୍ଦିର କଥା ଉଠାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, 21 ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଆମେ ସମାଜ ଓ ଆଖପାଖରେ ସଦଭାବ, ସହଯୋଗ ଓ ସକାରାତ୍ମକତାର ଦୀପ ଜଳାଉ। ସେ କହିଛନ୍ତି ଯେ, “ଦୀପାବଳି ଆମକୁ ଏହିପରି ଶିକ୍ଷା ମଧ୍ୟ ଦିଏ ଯ
ଦୀପାବଳିରେ ନିଜ     ବାର୍ତ୍ତାରେ ସ୍ୱଦେଶୀ, ସ୍ୱଚ୍ଛତା, ସ୍ୱାସ୍ଥ୍ୟ, ରାମମନ୍ଦିର କଥା ଉଠାଇଲେ ପ୍ରଧାନମନ୍ତ୍ରୀ


ନୂଆଦିଲ୍ଲୀ, 21 ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ଦୀପାବଳି ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଆମେ

ସମାଜ ଓ ଆଖପାଖରେ ସଦଭାବ, ସହଯୋଗ ଓ ସକାରାତ୍ମକତାର ଦୀପ ଜଳାଉ।

ସେ କହିଛନ୍ତି ଯେ, “ଦୀପାବଳି ଆମକୁ ଏହିପରି ଶିକ୍ଷା ମଧ୍ୟ ଦିଏ ଯେ, ଯେତେବେଳେ ଗୋଟିଏ ଦୀପ ଅନ୍ୟ ଦୀପକୁ ଜଳାଏ, ସେଥିରେ ତାହାର ପ୍ରକାଶ କମିଯାଏ ନାହିଁ, ବରଂ ବଢ଼ିଯାଏ।”

ପ୍ରଧାନମନ୍ତ୍ରୀ ଦୀପାବଳି

ଅବସରରେ ଦେଶବାସୀଙ୍କୁ ଲେଖିଥିବା ଗୋଟିଏ ପତ୍ରରେ ଅୟୋଧ୍ୟାରେ ରାମ ମନ୍ଦିର, ଅପରେସନ୍ ସିନ୍ଦୂର, ନକ୍ସଲବାଦର ସମାପ୍ତି, ଜିଏସଟି ଉତ୍ସବ ଓ ସ୍ୱଦେଶୀ ଅପଣାଇବା ବିଷୟରେ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଯେ, ଆମେ

ସମସ୍ତ ଭାଷାର ସମ୍ମାନ କରିବା ଉଚିତ। ଆମେ ସ୍ୱଚ୍ଛତା ରକ୍ଷା କରିବା ଉଚିତ। ଆମେ ଆମର

ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ଉଚିତ। ଆମର ଖାଦ୍ୟରେ ତେଲର ବ୍ୟବହାର ୧୦ ପ୍ରତିଶତ କମାଇବା ଓ

ଯୋଗକୁ ଅଂଶ କରିବା ଉଚିତ। ଏହି ସମସ୍ତ ପ୍ରୟାସ ଆମକୁ ତ୍ୱରିତ ଗତିରେ ବିକାଶଶୀଳ ଭାରତ ଦିଗରେ

ନେଇଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande