ଭୁବନେଶ୍ୱର,୨୧ ଅକ୍ଟୋବର (ହି.ସ.) - ରାଜଧାନୀରେ ଝାଡ଼ଖଣ୍ଡ ନାବାଳିକା ଦୁଷ୍କର୍ମ ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ପାଇଁ ଡିଜିପି ୱାଇ ବି ଖୁରାନିଆ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମବ୍ରାଂଚ ସିଏଡବ୍ଲୁ ମୁଖ୍ୟ ଏସ୍ ସାଇନି ଘଟଣାକୁ ମନିଟର କରିବେ। ୪ ଜଣ ମହିଳା ଡିଏସପି ଘଟଣାର ତଦନ୍ତରେ ସହଯୋଗ କରିବେ। ଝାଡ଼ଖଣ୍ଡ ପୋଲିସ ସହିତ ଯୋଗାଯୋଗରେ ରହିବ ଓଡ଼ିଶା ପୋଲିସ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା