ପାର୍ଟ ପ୍ଲଟ କିଣାବିକା ଜାଲିଆତି ମାମଲାରେ କାର୍ଯ୍ୟାନୁଷ୍ପାନ ଆରମ୍ଭ
ଭୁବନେଶ୍ୱର,୨୧ ଅକ୍ଟୋବର (ହି.ସ.) - ପାର୍ଟ ପ୍ଲଟ କିଣାବିକା ଜାଲିଆତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ୧୦୦ରୁ ଅଧିକ ପାର୍ଟ ପ୍ଲଟ କିଣାବିକା କରିଥିବା ୩୦୦ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ୩୦୦ ସବ ରେଜିଷ୍ଟ୍ରାର
ପାର୍ଟ ପ୍ଲଟ କିଣାବିକା ଜାଲିଆତି ମାମଲାରେ କାର୍ଯ୍ୟାନୁଷ୍ପାନ ଆରମ୍ଭ


ଭୁବନେଶ୍ୱର,୨୧ ଅକ୍ଟୋବର (ହି.ସ.) - ପାର୍ଟ ପ୍ଲଟ କିଣାବିକା ଜାଲିଆତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ୧୦୦ରୁ ଅଧିକ ପାର୍ଟ ପ୍ଲଟ କିଣାବିକା କରିଥିବା ୩୦୦ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ୩୦୦ ସବ ରେଜିଷ୍ଟ୍ରାରଙ୍କ ବିରୋଧରେ ରାଜସ୍ୱ ବିଭାଗ ପକ୍ଷରୁ ଅଭିଯୋଗ ପତ୍ର ଜାରି କରାଯାଇଛି। ଏଣିକି ପାର୍ଟ ପ୍ଲଟ କିଣାବିକରେ କିଛି ସମସ୍ୟା ହେବ ନାହିଁ । ଆଗରୁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ସମସ୍ୟା ସୃଷ୍ଟି ହୋଇଥିଲା। ଏବେ ନଗର ଉନ୍ନୟନ ବିଭାଗ, ଡେଭେଳପମେଂଟ ଅଥରିଟି, ରେରା କର୍ତୃପକ୍ଷଙ୍କ ସହ ଆଲୋଚନା କରି ରାଜସ୍ୱ ବିଭାଗ ସ୍ପଷ୍ଟିକରଣ ରଖିଛି। ଏବେ ସମସ୍ୟା ହେଉଛି ଆପାର୍ଟମେଂଟ କିଣାବିକା। ଅନେକ ଲୋକ ମତେ ଫୋନ କରି ପଚାରୁଛନ୍ତି। ଏହା ଉପରେ ସରକାର କାମ କରୁଛନ୍ତି। ନଗର ଉନ୍ନୟନ ବିଭାଗର ପ୍ରୟାସ ଶେଷ ପର୍ଯ୍ୟାୟରେ ଅଛି । ନଭେମ୍ବର ଶେଷ ସୁଦ୍ଧା ଏ ନେଇ ନିର୍ଦେଶନାମା ବାହାରିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande