ପୂଜକକୁ ମାଡ ମାରି ଶିକ୍ଷକ ଫେରାର : ପୂଜକ ଗୁରୁତର : ଥାନାରେ ମାମଲା
ଧର୍ମଶାଳା,୨୧ ଅକ୍ଟୋବର(ହି.ସ.) - ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅଧିନରେ ଅଘଟଣ । ପୂଜକକୁ ମାଡ ମାରି ଶିକ୍ଷକ ଫେରାର ହୋଇଯାଇଥିବା ବେଳେ ପୂଜକ ଜଣକ କଟକ ଭର୍ତି ହୋଇଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଗୁରୁତର ପୂଜକ ଜଣକ ହେଲେ ବ୍ରହ୍ମବରଦା ଥାନା ଅନ୍ତର୍ଗତ ବଡବାଗସାହି ଗ୍ରାମର
ପୂଜକକୁ ମାଡ ମାରି ଶିକ୍ଷକ ଫେରାର : ପୂଜକ ଗୁରୁତର : ଥାନାରେ ମାମଲା


ଧର୍ମଶାଳା,୨୧ ଅକ୍ଟୋବର(ହି.ସ.) - ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅଧିନରେ ଅଘଟଣ । ପୂଜକକୁ ମାଡ ମାରି ଶିକ୍ଷକ ଫେରାର ହୋଇଯାଇଥିବା ବେଳେ ପୂଜକ ଜଣକ କଟକ ଭର୍ତି ହୋଇଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଗୁରୁତର ପୂଜକ ଜଣକ ହେଲେ ବ୍ରହ୍ମବରଦା ଥାନା ଅନ୍ତର୍ଗତ ବଡବାଗସାହି ଗ୍ରାମର ନରହରି ପାଢୀ ବୋଲି ଜଣାପଡିଛି । ଏନେଇ ନରହରିଙ୍କ ପରିବାର ପକ୍ଷରୁ ଥାନାରେ ବଡବାଗସାହି ଉପ୍ରା ବିଦ୍ୟାଳୟର କଳା ଶିକ୍ଷକ ଜଗନ୍ନାଥ ସାହୁ(୩୬)ଙ୍କ ନାମରେ ଏତଲା ଦିଆଯାଇଛି ।

ଅଭିଯୋଗ ମୁତାବକ,ସୋମବାର ପୟାଁ ଶ୍ରାଦ୍ଧ କରିବା ପାଇଁ ବଡବାଗସାହି ଗ୍ରାମର କାଳନ୍ଦୀ ବାରିକଙ୍କ ଘରକୁ ପୂଜକ ନରହରି ପାଢୀ ଯାଇଥିଲେ । ଘରେ କାଳନ୍ଦୀ ନ ଥିବାରୁ ଓ ତାଙ୍କ ମୋବାଇଲ ବନ୍ଦ ଥିବାରୁ କାଳନ୍ଦୀଙ୍କ ସହ ସ୍ଥାନୀୟ ମାର୍କେଟକୁ ଯାଇଥିବା ଉକ୍ତ ଗ୍ରାମର କେଦାର ସାହୁଙ୍କ ପୁଅ ଜଗନ୍ନାଥଙ୍କୁ କାଳନ୍ଦୀଙ୍କ ପୁଅ ବବଲୁ ଫୋନ କରି ପୂଜକଙ୍କୁ ଫୋନ ଧରାଇ ଦେଇଥିଲେ । କାଳନ୍ଦୀ ସମ୍ପର୍କରେ ପୂଜକଙ୍କ ନାତି ହୋଇଥିବାରୁ ଗେଲରେ ମଜାକ କରିଥିଲେ । କିନ୍ତୁ ସେହି ସମୟରେ ମୋବାଇଲଟି ଜଗନ୍ନାଥଙ୍କ ହାତରେ ଥିଲା । ପୂଜକଙ୍କ ଏଭଳି କଥା ଶୁଣି ଜଗନ୍ନାଥ ରାଗି ଯାଇ ସଂଗେ ସଂଗେ କାଳନ୍ଦୀଙ୍କ ଘରେ ପଂହଚି ଯାଇଥିଲେ । ସେଠାରେ ପୂଜକ ଉପସ୍ଥିତି ଥିବା ଦେଖି ପ୍ରଥମେ ପୂଜକଙ୍କୁ ଚପଲରେ ପିଟିବା ସହ ଏକ ବାଉଁଶରେ ବେକକୁ ଆକ୍ରମଣ କରି ଜଗନ୍ନାଥ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା । ଫଳରେ ପୂଜକ ନରହରି ଗୁରୁତର ହୋଇପଡି ଥିଲେ । ତାଙ୍କୁ ପରିବାର ଓ ସ୍ଥାନୀୟ ଲୋକେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହି ଘଟଣାକୁ ନେଇ ନରହରିଙ୍କ ପରିବାର ପକ୍ଷରୁ ବ୍ରହ୍ମବରଦା ଥାନାରେ କଳା ଶିକ୍ଷକ ଜଗନ୍ନାଥଙ୍କ ନାମରେ ଏତଲା ଦେଇଥିଲେ । ଥାନାରେ କେସ୍ ନଂ ୨୪୯ା୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande