କାର ଓ ଦେଶୀ ମଦ ଜବତ, ୧ ଗିରଫ
ପୁରୀ, ୨୧ ଅକ୍ଟୋବର (ହି.ସ.)- ସମୁଦ୍ରକୂଳ ଥାନା ଅନ୍ତର୍ଗତ ଅର୍ବାନହାଟ ଠାରେ କାରରେ ଦେଶୀମଦ ରଖିଥିବା ଖବର ପାଇ ପୋଲିସ ଜବତ କରିଥିଲା । ଏ ସମ୍ପର୍କରେ ପୋଲିସ ବଳିଆପଣ୍ଡା ଥାନା ଅନ୍ତର୍ଗତ ବିଜୟ ନଗରରେ ରହୁଥିବା ପ୍ରଦୀପ ବେହେରା ( ୨୭)ଙ୍କୁ ଗିରଫ କରାଯାଇଛି। ଏ ସଂକ୍ରାନ୍ତରେ ସମୁଦ୍ରକୂଳ ଥାନା
କାର ଓ ଦେଶୀମଦ ସହ ୧ ଗିରଫ


ପୁରୀ, ୨୧ ଅକ୍ଟୋବର (ହି.ସ.)- ସମୁଦ୍ରକୂଳ ଥାନା ଅନ୍ତର୍ଗତ ଅର୍ବାନହାଟ ଠାରେ କାରରେ ଦେଶୀମଦ ରଖିଥିବା ଖବର ପାଇ ପୋଲିସ ଜବତ କରିଥିଲା । ଏ ସମ୍ପର୍କରେ ପୋଲିସ ବଳିଆପଣ୍ଡା ଥାନା ଅନ୍ତର୍ଗତ ବିଜୟ ନଗରରେ ରହୁଥିବା ପ୍ରଦୀପ ବେହେରା ( ୨୭)ଙ୍କୁ ଗିରଫ କରାଯାଇଛି। ଏ ସଂକ୍ରାନ୍ତରେ ସମୁଦ୍ରକୂଳ ଥାନାରେ ୩୦୭/୨୫ରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ପ୍ରଦୀପ ଓଡି୦୫ ଏଏଚ ୪୨୩୬ କାରରେ ବଳିଆପଣ୍ଡାରୁ ପେଣ୍ଠକଟା ଛକ ପର୍ଯ୍ୟନ୍ତ ଦେଶୀମଦ ନେଇ ଯାଉଥିବା ବେଳେ ପୋଲିସ ତା'ର ପିଛା କରିଥିଲା । ପରେ ଅର୍ବାନହାଟ ଠାରେ ପୋଲିସ କାରକୁ ଧରିଥିଲା । ସେହି କାରରୁ ୬୮ ଲିଟର ଦେଶୀମଦକୁ ପୋଲିସ ଜବତ କରିଛି । ଅଭିଯୁକ୍ତ ପ୍ରଦୀପକୁ ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande