ଭୁବନେଶ୍ୱର,୨୧ ଅକ୍ଟୋବର (ହି.ସ.) - ବିଶିଷ୍ଟ ଲେଖକ ଓ ଲୋକସଂସ୍କୃତି ଗବେଷକ ଡ. ସୁଧୀର କୁମାର ସାହୁଙ୍କୁ ଚଳିତ ବର୍ଷର ‘ସୁରେଶ ସୃଜନ ସମ୍ମାନ’ ପ୍ରଦାନ କରାଯିବ । ଲୋକସଂସ୍କୃତି ଗବେଷକ, ନାଟ୍ୟକାର, ଅନୁବାଦକ ତଥା ସଂସ୍କୃତି-ସଂଗଠକ ସୁରେଶ ବଳବନ୍ତରାୟଙ୍କ ସ୍ମୃତିରେ ଗଠିତ ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ‘ସୁରେଶ ସମାବେଶ’ରେ ଏହି ସମ୍ମାନ ପ୍ରଦାନ କରାଯିବ । ଉଲ୍ଲେଖଯୋଗ୍ୟ ଯେ ଲୋକସଂସ୍କୃତି, ଲୋକନାଟ୍ୟ ଓ ଲୋକସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଜଣେ ପ୍ରତିଭାଙ୍କୁ ପ୍ରତିବର୍ଷ ‘ସୁରେଶ ସୃଜନ ସମ୍ମାନ’ପ୍ରଦାନ କରାଯାଇ ଆସୁଛି । ଡ. ସାହୁ ବର୍ତମାନ ଝାଡଖଣ୍ଡର ଜାମସେଦପୁର ମହିଳା ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ଚଳିତ ମାସ ୨୬ ତାରିଖ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଫାଉଣ୍ଡେସନ୍ ର ସଂପାଦିକା ଅଧ୍ୟାପିକା ଡ. ଅନ୍ୟା ଅନୁରୂପା ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା