ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.) ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କ ଜନ୍ମଦିନରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଶାହଙ୍କୁ ରାଷ୍ଟ୍ର ପ୍ରତି ସମର୍ପିତ, ଓଜସ୍ବୀ ନେତୃତ୍ୱ, ଅଦ୍ଭୁତ ସଂଗଠନ କ୍ଷମତା ଓ ଅଟଳ ରାଷ୍ଟ୍ରନିଷ୍ଠାର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ମାଝି ଲେଖିଛନ୍ତି, “ରାଷ୍ଟ୍ର ପ୍ରତି ସମର୍ପିତ, ଓଜସ୍ବୀ ନେତୃତ୍ୱ, ଅଦ୍ଭୁତ ସଂଗଠନ କ୍ଷମତା ଓ ଅଟଳ ରାଷ୍ଟ୍ରନିଷ୍ଠାର ପ୍ରତୀକ, କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଓ ଆତ୍ମୀୟ ଶୁଭେଚ୍ଛା। ଆପଣଙ୍କ ନେତୃତ୍ୱ ରାଷ୍ଟ୍ରର ଏକତା, ସୁରକ୍ଷା ଓ ଅଗ୍ରଗତି ପ୍ରତି ସତତ ପ୍ରେରଣାର ଉତ୍ସ।”
ସେ ଆହୁରି ଲେଖିଛନ୍ତି, “ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ଯେ ସେ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ରାଷ୍ଟ୍ରସେବାର ପଥରେ ନିରନ୍ତର ଯଶ ଓ ସଫଳତା ପ୍ରଦାନ କରନ୍ତୁ ।”
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ