କୁଚିଣ୍ଡା ଉପଖଣ୍ଡ ଚାଷୀଙ୍କ ପକ୍ଷରୁ ଧାନ ଦରବୃଦ୍ଧି ଓ ଅଖାବସ୍ତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ସମ୍ବଲପୁର, ୨୨ ଅକ୍ଟୋବର (ହି.ସ.) - ଚଳିତ ଖରିପ ଋତୁରେ ଅଣଜଳସେଚିତ ଅଂଚଳରେ ଧାନ ସଂଗ୍ରହ ସମ୍ପର୍କରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ସମସ୍ତ ଚାଷୀ ଆଜି କୁଚିଣ୍ଡା ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଲିଖିତ ଦାବିପତ୍ରରେ ଦୁଇଟି ପ୍ରମ
କୁଚିଣ୍ଡା ଉପଖଣ୍ଡ ଚାଷୀଙ୍କ ପକ୍ଷରୁ ଧାନ ଦରବୃଦ୍ଧି ଓ ଅଖାବସ୍ତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର


କୁଚିଣ୍ଡା ଉପଖଣ୍ଡ ଚାଷୀଙ୍କ ପକ୍ଷରୁ ଧାନ ଦରବୃଦ୍ଧି ଓ ଅଖାବସ୍ତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର


ସମ୍ବଲପୁର, ୨୨ ଅକ୍ଟୋବର (ହି.ସ.) - ଚଳିତ ଖରିପ ଋତୁରେ ଅଣଜଳସେଚିତ ଅଂଚଳରେ ଧାନ ସଂଗ୍ରହ ସମ୍ପର୍କରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ସମସ୍ତ ଚାଷୀ ଆଜି କୁଚିଣ୍ଡା ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଲିଖିତ ଦାବିପତ୍ରରେ ଦୁଇଟି ପ୍ରମୁଖ ପ୍ରସ୍ତାବରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବା ପାଇଁ ଏହି ଅଂଚଳର ଚାଷୀମାନଙ୍କ ଆର୍ôଥକ ସ୍ଥିତିକୁ ସୁଦୃଢ କରିବା ପାଇଁ ନିବେଦନ କରିଥିବା ବେଳେ ଚାଷୀଙ୍କ ପକ୍ଷରୁ ୨ ଗୋଟି ପ୍ରସ୍ତାବ ରଖାଯାଇଛି । ପ୍ରଥମରେ ଚଳିତ ବର୍ଷ ଅଂଚଳରେ ଭଲ ବର୍ଷା ହୋଇଥିବା ହେତୁ ଧାନଚାଷ ଉତ୍କୃଷ୍ଟ ମାନର ଅମଳ ହେଉଛି । ଏଣୁ ବିଗତ ବର୍ଷ ଧାନ ବିକ୍ରିପାଇଁ କାର୍ଡ କୁଇଂଟାଲ ପ୍ରତି ୧୩ ପରିବର୍ତେ ଅନ୍ୟୁନ ୧୯ କୁ ବୃଦ୍ଧି କରାଯାଉ । ସେହିପରି ଦ୍ୱିତୀୟରେ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ସୁତୁଲି ବସ୍ତା ଯୋଗାଣକୁ ବାଧ୍ୟତା ମୂଳକ କରାଯାଉ । ଏହାର ଏକ ନକଲ ଯୋଗାଣମନ୍ତ୍ରୀ ଓଡିଶା, ପଂଚାୟତୀରାଜ ଓ ପାନୀୟଜଳ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଓଡିଶା, ଜିଲ୍ଲାପାଳ ସମ୍ବଲପୁର ଓ କୁଚିଣ୍ଡା ଉପଜିଲ୍ଲାପାଳଙ୍କୁ ଚାଷୀଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ କୃଷକ ସଂଗଠନ ସଭାପତି ଜମନକିରାର ବୀରେନ୍ଦ୍ର କୁମାର ଚୌଧୁରୀ, ଚାଷୀ ସରୋଜ କୁମାର ପଟେଲ, ଚୂଡ଼ାମଣି ପଟେଲ, ଦିଲୀପ କୁମାର ପଟେଲ, ପ୍ରତାପ କୁମାର ଦେହୁରୀ, ଟିକେଶ୍ୱର ମହାକୁଳ, କିଶୋର କୁମାର ମହାପାତ୍ର, ହୃଦାନନ୍ଦ ନାଏକ, ସରୋଜ କୁମାର ପ୍ରଧାନ ପ୍ରମୁଖ ଅନେକ ଚାଷୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande