ଶିଶୁ ବିକାଶ କେନ୍ଦ୍ରର ୪୧ତମ ପ୍ରତିଷ୍ଠା ଦିବସ
ବଲାଙ୍ଗିର, 3 ଅକ୍ଟୋବର (ହି.ସ) ବଲାଙ୍ଗିର ଟିକ୍ରାପଡା ସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ର, ପବିତ୍ର ବିଜୟା ଦଶମି ଦିନ ସ୍ଥାନୀୟ ଦଧିବାମନ ମନ୍ଦିର ଠାରେ ଏହାର ୪୧ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଅଛି । ଅନୁଷ୍ଠାନର ଉପସଭାପତି କସ୍ତୁରୀ ରଥ ଶକ୍ତିମୟୀ ମାଁ ଜଗତ ଜନନୀ, ଦୁର୍ଗା
ଶିଶୁ ବିକାଶ କେନ୍ଦ୍ରର ୪୧ତମ ପ୍ରତିଷ୍ଠା ଦିବସ


ବଲାଙ୍ଗିର, 3 ଅକ୍ଟୋବର (ହି.ସ)

ବଲାଙ୍ଗିର ଟିକ୍ରାପଡା ସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ର, ପବିତ୍ର ବିଜୟା ଦଶମି ଦିନ ସ୍ଥାନୀୟ ଦଧିବାମନ ମନ୍ଦିର ଠାରେ ଏହାର ୪୧ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଅଛି । ଅନୁଷ୍ଠାନର ଉପସଭାପତି କସ୍ତୁରୀ ରଥ ଶକ୍ତିମୟୀ ମାଁ ଜଗତ ଜନନୀ, ଦୁର୍ଗାଙ୍କର ପୂଜା ଓ ମାତୃ ବନ୍ଦନା ପରେ ସମସ୍ତ ସଭ୍ୟ / ସଭ୍ୟା ଧୂପ ଓ ପୁଷ୍ପ ପ୍ରଦାନ କରିଥିଲେ । ଏହା ସହିତ ଜାତୀୟପିତା ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କର ପୂଣ୍ୟ ଜୟନ୍ତି ରେ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରିଥିଲେ । ଅନୁଷ୍ଠାନର ବରିଷ୍ଠ ସଭ୍ୟ ଗିରିଜା ଶଙ୍କର ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂକଳ୍ପ ସଭାରେ ସଂପାଦକ ମଧୁ ସାହୁ ଶିଶୁ ବିକାଶ କେନ୍ଦ୍ରର ଦିର୍ଘ ୪୦ ବର୍ଷର ଜୀବନ ଯାତ୍ରାର ବିଭିନ୍ନ ଦିଗ ଓ ଘଟଣାବଳି ଉପରେ ଦୃଷ୍ଟିପାତ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଡ. ପ୍ରେମଚାନ୍ଦ ମହାନ୍ତି, ଜୟରାମ ମିଶ୍ର, ଧର୍ମବ୍ରତ ରଥ, ସର୍ବ ପୁରାତନ ସଭ୍ୟ ଡ.ବନବିହାରି ସାହୁ, ସତ୍ୟନାରାୟଣ ନାୟକ ଓ କୋଷାଧ୍ୟକ୍ଷ ଚୁଡେନ୍ଦ୍ର କୁମାର ବେହେରା ଆଦି ଅନୁଷ୍ଠାନର ବିଭିନ୍ନ ନିରନ୍ତର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ କର୍ମକର୍ତ୍ତାଙ୍କ ତ୍ୟାଗ, ପରୋପକାର ଓ ନିଷ୍ଠାପର ସବୋର ଗୁଣଗାନ କରିଥିଲେ । ଏହା ସହିତ ଗାନ୍ଧୀ ଓ ଶାସ୍ତ୍ରୀଙ୍କର ପୂଣ୍ୟତିଥିରେ ଉଭୟ ମାହାତ୍ମାଙ୍କର ଦେଶ ଓ ଜାତି ପ୍ରତି ସଂପର୍କରେ ସ୍ମରଣ କରି ଆଜିର ଦିନରେ ସମସ୍ତେ ଦେଶ ଓ ଜାତିର ନୈତିକ ବିକାଶ ପାଇଁ ସଂକଳ୍ପ ନେବା ଉଚିତ ବୋଲି ଆଲୋଚନା ହୋଇଥିଲା । ଆସନ୍ତା ତା.୧୨.୧୦.୨୦୨୫ ରବିବାର ଦିନ ଶିଶୁ ବିକାଶ କେନ୍ଦ୍ରର ମାଣିକ୍ୟ ଜୟନ୍ତିର ଉଦ୍‌ଯାପନ ସମାରୋହ ପାଳନ କରାଯିବାକୁ ପୁନଃ ସୂଚନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ହୃଷିକେଶ ପୁରୋହିତ, ରତ୍ନମୟ ତ୍ରିପାଠି, ପ୍ରଦୀପ ପଶାୟତ, ଧିରେନ୍ଦ୍ର ନାରାୟଣ ସିଂଦେଓ, ଦୁର୍ଗାଚରଣ ସାହୁ, ଶୁଭେନ୍ଦ୍ର ନେପାକ, ଅରୁଣ ଖୁଆସ, ନାରାୟଣ ମିଶ୍ର ଓ ରଶ୍ମି ପାତ୍ର ରହି ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର ଉପସଭାପତି ସୁନାଧର ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande