ବଲାଙ୍ଗିର, 5 ଅକ୍ଟୋବର (ହି.ସ.)
ଗତକାଲି ଏକ ମର୍ମନ୍ତୁତ ସଡକ ଦୁର୍ଘଟଣାରେ ଜଣେ ଉଦୀୟମାନ ଯୁବ କଳାକାର ରାକେଶ ବାଗ ଙ୍କ ମୃତ୍ୟୁ ଘଟିଛି।ଗତକାଲି ଦିନ ପ୍ରାୟ ୩ ଟା ବେଳେ ବଲାଙ୍ଗିର ଟିଟିଲାଗଡ ରାସ୍ତାରେ ବିଜା ଖମନ ପାଖରେ ବନ ବିଭାଗ ନର୍ସରୀ ପାଖରେ ବଲାଙ୍ଗିର ପଟକୁ ଆସୁଥିବା ବେଳେ ୨୬ ବର୍ଷୀୟ ଯୁବ କଳାକାର ରାଜେଶ ବାଗ ତାଙ୍କ ବାଇକ୍ ରେ ଆସୁଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଆଗରେ ଆସୁଥିବା ଏକ କାରର ପଛରୁ ଧକ୍କା ଲାଗି ଦୁର୍ଘଟଣା ଗସ୍ତ ହୋଇ ଘଟଣା ସ୍ଥଳ ରେ ପଡ଼ିଯାଇ ଥିଲେ । ପୋଲିସ ତାଙ୍କୁ ମୂମୂର୍ସୁ ଅବସ୍ଥା ରେ ଭୀମଭୋଇ ମେଡିକାଲ
ରେ ଭର୍ତ୍ତି କରିବାରୁ ଡାକ୍ତର ତାଙ୍କୁମୃତ୍ୟୁ ଘୋଷଣା କରିଛନ। ଯୁବକ ଜଣକ ବିଯା ଖମନ୍ ଠାରେ ଏକ ଫାଷ୍ଟ ପୂଦ୍ ଦୋକାନ କରିଥିଲେ ନିକଟରେ ଲଳିତ ନଗର ବାସିନ୍ଦା ହୋଇ ଥିବା ବେଳେ କଚେରି ଛକ ଠାରେ ଚାଦୋକାନ ଅଛି। । ରାଜେଶ୍ ଜଣେ ଉଡ଼ିୟ ମାନ ଯୁବ କଳାକାର ଭାବରେ ଉଠୁଥିଲେ। ସେ ଦୁର୍ଗାମନ୍ଦିର ଓ
ମହାଦେବ ମନ୍ଦିର ଆଳତି କମିଟି ରେ ରହିବାଦ୍ୟ ନିଶାନ ବଜାଉଥିଲେ। ତାଙ୍କର ମୃତ୍ୟୁ ରେ ଏଠାରେ ଶୋକ ଖେଳି ଯାଇଛି। ଆଜି ଶୋକାକୁଳ ପରିବେଶ ରେ ତାଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ