ଭଦ୍ରକ, ୩ ଅକ୍ଟୋବର (ହି.ସ.) - ଆନ୍ତର୍ଜାତୀୟ ବୟସ୍କ ଦିବସ (ବରିଷ୍ଠ ନାଗରିକ ଦିବସ) ଚରମ୍ପା ସ୍ଥିତ ରମା ସେବା ସଦନ ଠାରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ବୟସ୍କ ବ୍ୟକ୍ତିଙ୍କ ସମସ୍ୟାପ୍ରତି ସମାଜକୁ ସଚେତନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଅସହାୟ ବୟସ୍କ ବ୍ୟକ୍ତିଙ୍କ ପ୍ରତି ସହାୟତାର ହାତ ବଢ଼ାଇବା ପାଇଁ ଆଜିର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ପୂଣ୍ୟଶ୍ଳୋକ ରଥ ପରିଚାଳନା କରିଥିଲେ । ସହକାରୀ ପ୍ରତିପକ୍ଷ ଓକିଲ ତାପସ କୁମାର ମହାନ୍ତି, ସୁଦର୍ଶନ ରାଉଳ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଧମାନଗର ସ୍ପେଶାଲ ଦୃଷ୍ଟିହୀନ ବିଦ୍ୟାଳୟ ଭଦ୍ରକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ଥିବା ବୟସ୍କ ଲୋକମାନଙ୍କ ସମସ୍ୟା ବୁଝିଥିଲେ ଏବଂ ସେମାନଙ୍କୁ ସୁସ୍ଥ ଜୀବନ ଯାପନ ତଥା ନିରୋଗ ରହିବାକୁ ପ୍ରତିଦିନ ଛୋଟ ପ୍ରୟାସଟିଏ ଯଥା ଯୋଗ ଅଭ୍ୟାସ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ