ସ୍ତ୍ରୀ କୁ କୁରାଢିରେ ହାଣି ହତ୍ୟାକଲେ ଏବିଡିଓ
କେନ୍ଦୁଝର, ୩ ଅକ୍ଟୋବର (ହି.ସ.)- ପରକୀୟା ପ୍ରିତି କେତେ ଭୟଙ୍କର ହୋଇପାରେ । ସମାଜରେ ପ୍ରତିଷ୍ଠିତ ଜଣେ ଏବିଡ଼ିଓଙ୍କୁ ମଧ୍ୟ କେତେ ମାତ୍ରାରେ ଅନ୍ଧ କରି ଦେଇପାରେ । ପରକୀୟା ପ୍ରିତି ଯୋଗୁଁ ନିଜ ଝିଅ ଆଗରେ ସ୍ତ୍ରୀଙ୍କୁ କୁରାଢ଼ୀରେ ହାଣି ହତ୍ୟାକଲେ ଜଣେ ପିଶାଚ ସ୍ୱାମୀ । ଏଭଳି ଆଶ୍ଚର୍ଯ୍ୟ ଚକିତ କରିବା
ସ୍ତ୍ରୀ କୁ କୁରାଢିରେ ହାଣି ହତ୍ୟାକଲେ ଏବିଡିଓ


କେନ୍ଦୁଝର, ୩ ଅକ୍ଟୋବର (ହି.ସ.)- ପରକୀୟା ପ୍ରିତି କେତେ ଭୟଙ୍କର ହୋଇପାରେ । ସମାଜରେ ପ୍ରତିଷ୍ଠିତ ଜଣେ ଏବିଡ଼ିଓଙ୍କୁ ମଧ୍ୟ କେତେ ମାତ୍ରାରେ ଅନ୍ଧ କରି ଦେଇପାରେ । ପରକୀୟା ପ୍ରିତି ଯୋଗୁଁ ନିଜ ଝିଅ ଆଗରେ ସ୍ତ୍ରୀଙ୍କୁ କୁରାଢ଼ୀରେ ହାଣି ହତ୍ୟାକଲେ ଜଣେ ପିଶାଚ ସ୍ୱାମୀ । ଏଭଳି ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଡଅଁର ଗାଁରେ । ପରକୀୟା ପ୍ରିତି ଯୋଗୁଁ ଜଣେ ଏବିଡ଼ିଓ । ନିଜ ସ୍ତ୍ରୀଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଛନ୍ତି । ବେଶ୍ କିଛି ବର୍ଷ ଧରି ଉଭୟ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଲାଗି ରହୁଥିବା କାରଣରୁ ସ୍ତ୍ରୀ ନିଜ ବାପଘରେ ରହୁଥିଲେ । ସେଠାରେ ସେ ସିଲେଇ କରି ନିଜ ପୁଅ ଓ ଝିଅଙ୍କୁ ପାଠ ପଢ଼ାଉଥିଲେ । ଏପଟେ ଏବିଡିଓ ଜଣକ ପରକୀୟା ପ୍ରିତିରେ ମାତିଥିଲେ l ଯେଉଁଥିପାଇଁ ସେ ନିଜ ପୁଅ, ଝିଅ ଓ ସ୍ତ୍ରୀଙ୍କୁ ଅନେକ ସମୟରେ ମାର୍ ଧର୍ କରୁଥିଲେ । ନିଜ ଘର ଡ଼ଅଁର ଗାଁରେ ସେମାନଙ୍କୁ ରହିବାକୁ ଦେଉ ନଥିଲେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଏବିଡିଓ ଦେବୀପ୍ରସାଦ ଜେନା l ବାପଘରେ ରହି ଝିଅକୁ ଯୁକ୍ତ ୨ ଯାଏ ଓ ପୁଅକୁ ମ୍ୟାଟ୍ରିକ୍ ପାସ୍ କରାଇଥିଲେ ସ୍ତ୍ରୀ ସୁଦେଷ୍ନା । ଗତ କିଛି ଦିନ ତଳେ, ପୁଅ, ମାଙ୍କୁ ଡ଼ଅଁର ଆଣି ରଖିଥିଲେ । ପୁଅ ଭୟରେ ମାକୁ କିଛି କହୁ ନଥିଲେ ଦେବୀ ପ୍ରସାଦ । ଆଜି ଅପରାହ୍ନରେ ସ୍ୱାମୀ ଦେବୀ ପ୍ରସାଦ ଜେନା ଓ ସ୍ତ୍ରୀ ସୁଦେଷ୍ନାଙ୍କୁ କଣ ରାନ୍ଧିଛ ପଚାରିଥିଲେ । ଏହାପରେ, ଉଭୟଙ୍କ ମଧ୍ୟରେ ଦେବୀ ପ୍ରସାଦଙ୍କର ପରକୀୟା ପ୍ରିତିକୁ ନେଇ ବଚସା ହୋଇଥିଲା । ପରେ, ଝିଅକୁ ଏକ ଦା ମାଗିଥିଲେ ଦେବୀ ପ୍ରସାଦ । ହେଲେ, ସେ ସେଠାରେ ଏକ କୁରାଢ଼ୀ ନେଇ ଝିଅ ଆଗରେ ସ୍ତ୍ରୀକୁ କୁରାଢ଼ୀରେ ହାଣି ଫେରାର୍ ହୋଇଯାଇଥିଲେ । ଝିଅର ଚିତ୍କାର ଶୁଣି ପୁଅ ଓ ପଡ଼ୋଶୀମାନେ ସୁଦେଷ୍ନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଶାଳଣିଆଁ ଓ ପରେ ସଙ୍କଟାପନ୍ନ ଅବସ୍ଥାର ଭଦ୍ରକ ଡ଼ାକ୍ତରଖାନା ସ୍ଥାନାନ୍ତର କରିଥିଲେ । ସେଠାରେ ସୁଦେଷ୍ନାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଦେବୀ ପ୍ରସାଦ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ଏବିଡିଓ ଭାବେ କାର୍ଯ୍ୟରତ । ବାପା, ଦୀର୍ଘ ଦିନରୁ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖି ତାଙ୍କ ମାଙ୍କୁ ନିର୍ଯ୍ୟାତନା ଦେଉଥିବା ଓ ଆଜି ମାଙ୍କୁ ହାଣି ହତ୍ୟା କରିଥିବା ପୁଅ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଫେରାର୍ ହତ୍ୟାକାରୀ ସ୍ୱାମୀକୁ ଗିରଫ କରିବାକୁ ଚେଷ୍ଟା ଜାରି ରଖିଛି ପୋଲିସ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande