ଆକର୍ଷଣୀୟ ଆତସବାଜିରେ ରାବଣ ପୋଡି ଉତ୍ସବ ପାଳିତ
ଆକର୍ଷଣୀୟ ଆତସବାଜିରେ ରାବଣ ପୋଡି ଉତ୍ସବ ପାଳିତ
ଆକର୍ଷଣୀୟ ଆତସବାଜିରେ ରାବଣ ପୋଡି ଉତ୍ସବ ପାଳିତ


ସମ୍ବଲପୁର, ୦୩ ଅକ୍ଟୋବର (ହି.ସ.) ଚନ୍ଦନନଗର ମଣ୍ଡଳିଆ ମଇଦାନରେ ଧୂମଧାମରେ ରାବଣ ବଧ ମହୋତ୍ସବ ପାଳିତ ହୋଇଛି। ପ୍ରାୟ ୩୦ ଫୁଟ ଉଚ୍ଚ ରାବଣ ପ୍ରତିମାକୁ ଦହନ କରାଯାଇଥିଲା। କଟକ, କୁଚିଣ୍ଡା ଓ ସମ୍ବଲପୁରରୁ ଅଣାଯାଇଥିବା ବିଭିନ୍ନ ପ୍ରକାର ବାଣ ଲୋକଙ୍କୁ ଆକର୍ଷିତ କରିଥିଲା। ସନ୍ଧ୍ୟା ୬ଟାରୁ ଆତଶବାଜିର ରଙ୍ଗିନ ଦୃଶ୍ୟରେ ଆକାଶ ରଙ୍ଗାଇତ ହୋଇଥିଲା। ଠିକ୍ ୭ଟାରେ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଦ୍ୱାରା ରାବଣ ବଧ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମହୋତ୍ସବ ଯାତ୍ରା ଚନ୍ଦନନଗରରୁ ତିୱାରୀଗଳି, ବଡ଼ବଜାର ହୋଇ ମଣ୍ଡଳିଆ ମାଇଦାନକୁ ପହଞ୍ଚିଥିଲା। ଆୟୋଜନ କମିଟିରେ ଅଧ୍ୟକ୍ଷ ସୁଧୀର ପାଳିୱାଲ, ଉପାଧ୍ୟକ୍ଷ ନିରଞ୍ଜନ ଦାସ ମାଝି, ସହ-ଉପାଧ୍ୟକ୍ଷ ମୁନ୍ନା ତିୱାରୀ, ସଚିବ ଜସବିର ସିଂହ, ଉଦୟ ତିୱାରୀ, ରାଜା ଯାଦବ ଓ ବନ୍ୱାଳୀ ସତନାମୀ ପ୍ରମୁଖ ଏହାକୁ ପରିଚଳନାରେକରିଥିଲେ। ଅନୁଷ୍ଠିତ ମହୋତ୍ସବରେ ସାହସ୍ରାଧିକ ଲୋକଙ୍କ ଭିଡ଼ଙ୍କ ଭିଡ଼ ମଧ୍ୟରେ “ଜୟ ଶ୍ରୀରାମ” ଧ୍ଵନିରେ ପରିବେଶ ପ୍ରକମ୍ପିତ ହୋଇଯାଇଥିଲା

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande