ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପଦଯାତ୍ରା ଓ ଆଲୋଚନା ଚକ୍ର
ଭଦ୍ରକ, ୩ ଅକ୍ଟୋବର (ହି.ସ.) - ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗାନ୍ଧୀ ପଥେ ଓଡିଶା ପଦଯାତ୍ରା, ନିରବ ପ୍ରାର୍ଥନା ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ କମିଟି ର ପୂର୍ବତନ କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲ
BHADRAK CONGRESS GANDHI JAYANTI


ଭଦ୍ରକ, ୩ ଅକ୍ଟୋବର (ହି.ସ.) - ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗାନ୍ଧୀ ପଥେ ଓଡିଶା ପଦଯାତ୍ରା, ନିରବ ପ୍ରାର୍ଥନା ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ କମିଟି ର ପୂର୍ବତନ କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ନଳିନୀ କାନ୍ତ ମହାନ୍ତି, ପୂର୍ବତନ ବିଧାୟକ ପଂଚାନନ ମଣ୍ଡଳ,ଶୁଭେନ୍ଦୁ ରାୟ ମହାପାତ୍ର,ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ ର ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା,ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଟାଉନ ସଭାପତି ଅବଦୁଲ ମୋକିତ ଖାଁ, ବରିଷ୍ଠ ନେତା ପୀତବାସ ଧଳ,କାଉନସିଲର ସାହିଲ କାଦ୍ରି, ଅନୁସୂଚିତ ଜାତି ବିଭାଗ ର ରାଜ୍ୟ ସାଧାରଣ ସମ୍ପାଦକ ହରିହର ମଣ୍ଡଳ,ରାଜ୍ୟ ସମ୍ପାଦକ ଶଶିକାନ୍ତ ଜେନା, ରଞ୍ଜନ ଜେନା,ଅନୁସୂଚିତ ଜାତି ବିଭାଗ ର ଜିଲ୍ଲା ସଭାପତି ବିଦ୍ୟାଧର ଜେନା, କାଉନସିଲର ପ୍ରତିନିଧି ଏନକ୍ଷମୁଲ ହକ,ଯୁବନେତା ପ୍ରକାଶ ଜ୍ୟୋତି ମହାକୁଡ଼,ଯୁବନେତା ଇଲିଆସ ଖାଁ, ବବି ମହାନ୍ତି, ଯୁବନେତା ବଳରାମ ରାଉତ,ଙ୍କ ସମେତ ପାଂଚଶହରୁ ଉର୍ଦ୍ଧ ଦଳୀୟ କର୍ମୀ ମାନେ ଜିଲ୍ଲା ପାର୍ଟି କାର୍ଯ୍ୟାଳୟ ରୁ ଏକ ବିରାଟ ଶୋଭାଯାତ୍ରା ରାମଧୁନ ଗାନ କରି ବାହାରି ସହର ପରିକ୍ରମା କରିବା ପରେ ନୂଆବଜ଼ାର ସ୍ଥିତ ଗାନ୍ଧୀ ପଡିଆ ଠାରେ ପହଂଚି ଥିଲେ କ୍ଷକ୍ଷ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତି ରେ ମୁଖ୍ୟ ଅତିଥି ଜିଲ୍ଲା ସଭାପତି ଶ୍ରୀ ମହାନ୍ତି ମାଲ୍ୟାର୍ପଣ କରିଥିଲେ । ପରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଦେବରୂପ ମହାନ୍ତି ଙ୍କ ସଭାପତିତ୍ୱ ରେ ଗାନ୍ଧୀ ପଥେ ଓଡିଶା ପଦଯାତ୍ରାଶୀର୍ଷକ ଏକ ଆଲୋଚନା ଚକ୍ର ପ୍ରାରମ୍ଭ ରେ ଜିଲ୍ଲା ସଭାପତି ଶ୍ରୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାତ୍ମା ଗାନ୍ଧୀ ଏବଂ ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଆଲୋଚନା ଚକ୍ର ପ୍ରାରମ୍ଭରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଥିଲା । ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଜିଲ୍ଲା ସଭାପତି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତ୍ୟାଗ,ସଂଗ୍ରାମ,ବଳିଦାନ ସମ୍ପର୍କ ରେ ବର୍ଣନା କରିବା ସହ ଗାନ୍ଧୀ ଙ୍କ ଅହିଂସା ପଥ କୁ ଅନୁସରଣ କରିବା ପାଇଁ ଉଦବୋଧନ ଦେଇଥିଲେ । ମୁଖ୍ୟବକ୍ତା ଡ଼କ୍ଟର ଅମୂଲ୍ୟ କୁମାର ନାୟକ ତାଙ୍କ ବକ୍ତବ୍ୟରେ ଭାରତ ବର୍ଷରୁ ଇଂରେଜ ମାନଙ୍କୁ ହଟାଇବା ମହାତ୍ମା ଗାନ୍ଧୀ ଯେଉଁ ସଂଘର୍ଷ,ସଂଗ୍ରାମ ଏବଂ ଅହିଂସା ପଥ ଆପଣେଇ ଥିଲେ ତାହା ଅତୁଳନୀୟ । ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ଆଜି ସମଗ୍ର ବିଶ୍ୱରେ ତାଙ୍କୁ ଜଣେ ମହାମାନବ ଭାବେ ପରିଚିତ କରିଛି ବୋଲି ମୁଖ୍ୟ ଅତିଥି ଡ଼କ୍ଟର ଶ୍ରୀ ନାୟକ ବକ୍ତବ୍ୟ ଦେଇଥିଲେ । ଏହି ଆଲୋଚନା ଚକ୍ରରେ ପୂର୍ବତନ ବିଧାୟକ ଶ୍ରୀ ମଣ୍ଡଳ, ଦଳିତ ନେତା ରାଜୁ ଜେନାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବକ୍ତବ୍ୟ ଦେଇଥିଲେ । ନୂତନ ଜିଲ୍ଲା ସଭାପତି ଶ୍ରୀ ମହାନ୍ତି ଙ୍କୁ ବିଭିନ୍ନ ବ୍ଲକ ରୁ ଆସିଥିବା ଦଳୀୟ କର୍ମୀ ମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ଯୁବ ନେତା ବିଜୟ ବାରିକ,ପ୍ରଦ୍ୟୁମ୍ନ ଦାସ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ସଭାପତି ସାଦ ସିଦ୍ଧିକ, ଯୁବ ନେତା ମଂଟୁ ସ୍ୱାଇଁ,ବନ୍ତ ବ୍ଲକ ଯୁବନେତା ରାଜୁ ପଣ୍ଡା,ମନୋଜ ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande