ମାଲକାନଗିରି, ୩ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ବିଜେପି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡା, ନବରଙ୍ଗ ପୁର ସାଂସଦ ବଳଭଦ୍ର ମାଝି,ବିଧାୟକ ନରସିଂହ ମାଡକାମୀ ଜିଲ୍ଲା ବିଜେପି ସଭାପତି ଅଶୋକ ପରିଡ଼ା, ପୂର୍ବତନ ବିଧାୟକ ଡମ୍ବରୁ ଶିଶା ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡିର ଟାଣୁଆ ନେତା ମାନେ ଆଜି ବିଜେଡି ଛାଡି ବିଜେପି ମୁହାଁ ହୋଇଛନ୍ତି। ଜିଲ୍ଲାରେ ବିଜେଡ଼ିର ସ୍ଥିତି ଠିକ ନଥିବା ଦେଖି ବିଜେପି ପଟେ ଢଳିଛନ୍ତି। ଏମାନେ ହେଲେ ପୂର୍ବତନ ବ୍ଲକ ସଭାପତି ତଥା ଜିଲ୍ଲା ସଂପାଦକ ବିଭାଂଶୁ ରଞ୍ଜନ ସାମଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ନାୟକ, ବ୍ଲକ ଉପସଭାପତି ବିଦେଶୀ ପ୍ରହରାଜ, ବିର ଲକ୍ଷ୍ମଣପୁର ସରପଞ୍ଚ ନୀଳକଣ୍ଠ ଝୋଲା, ସଞ୍ଜୟ ବୈରାଗୀ, ମହାଦେବ ଶିଶା,ବିନାଶ ହନ୍ତାଳ ପ୍ରମୁଖ ସାମିଲ ରହିଛନ୍ତି। ଲଗାତାର ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳରୁ ନେତା ଓ କର୍ମୀ ବିଜେପି ମୁହାଁ ହେଲେଣି।
ଆଗାମୀ ଦିନରେ କଂଗ୍ରେସ ଓ ବିଜେଡି ଦଳରେ ନେତା ଓ କର୍ମୀ ନିଅଣ୍ଟିଆ ହେବା ନେଇ ଆଶା ଦେଖା ଦେଇଛି। ଜିଲ୍ଲାରେ ବିଜେପିର ସ୍ଥିତି ଧିରେ ଧିରେ ଟାଣ ହେଉଥିବାରୁ ନେତା ଓ କର୍ମୀ ବିଜେପି ହିଁ ଏକ ମାତ୍ର ଦଳ ଭାବେ ଆଗାମୀ ଦିନରେ ମଧ୍ୟ ଓଡିଶାକୁ ଶାସନ କରିବ ବୋଲି ଅନୁମାନ କରି ବିଜେପି ଦଳ ମୁହାଁ ହେଉଛନ୍ତି। ଆଜି ଏହି ନେତାମାନେ ବିଜେପିରେ ସାମିଲ ପରେ ବିଜେପି ଦଳ ଜିଲ୍ଲାରେ ଟାଣୁଆ ହେବ ବୋଲି କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ