ଭଦ୍ରକ, ୩ ଅକ୍ଟୋବର (ହି.ସ.) - ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଭଦ୍ରକ ଓ ବାଇପାସ୍ ଦୁର୍ଗା କମିଟି ଭଦ୍ରକ ର ମିଳିତ ସହଯୋଗ ରେ ବାଇପାସ୍ ଦୁର୍ଗା ମଣ୍ଡପ ନିକଟରେ ଦୁର୍ଗାପୂଜା ଉପଲକ୍ଷେ ଚୈତନ୍ୟ ଦେବୀ ଦର୍ଶନ ର ଏକ ଆକର୍ଷଣୀୟ କାର୍ଯକ୍ରମ ଦୁଇ ଦିନ ପାଇଁ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ର ଉଦ୍ ଘାଟନ ଉତ୍ସବ ରେ ପ୍ରଥମ ଦିବସରେ ବରିଷ୍ଠ ନାଗରିକ ସଂଘ,ଭଦ୍ରକ ର ସଭାପତି ଲଲାଟେନ୍ଦୁ ମହାନ୍ତି ଏବଂ ଦ୍ୱିତୀୟ ଦିବସରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ,ଭଦ୍ରକ,ଅରୂପ ଅଭିଷେକ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଅଜୟ କୁମାର ନାୟକ,ପୂର୍ବତନ ବିଧାୟକ ରାଜୁ ଦାସ, ବାଇପାସ୍ ପୂଜା କମିଟି ର ସଭାପତି ଗୋପାଳ ପ୍ରସାଦ ନାୟକ,ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଭଦ୍ରକ ର ମୁଖ୍ୟ ସଂଚାଳିକା ବ୍ରହ୍ମା କୁମାରୀ ମଞ୍ଜୁ ଭଉଣୀ, ସର୍ବୋଦୟ ମଣ୍ଡଳର ସଭାପତି ଆମର କୁମାର ପାଣିଗ୍ରାହୀ , ବ୍ରହ୍ମା କୁମାରୀ ମଧୁସ୍ମିତା ଭଉଣୀ,ନନ୍ଦିନୀ ଭଉଣୀ, ବ୍ରହ୍ମା କୁମାରୀ ପ୍ରତିଭା ଭଉଣୀ ତଥା ପୂଜା କମିଟି ର ପ୍ରମୁଖ କର୍ମକର୍ତା ବୃନ୍ଦ ଯୋଗ ଦେଇଥିଲେ। ମଣିଷ ଭିତରେ ଥିବା ଦିବ୍ୟ ଗୁଣର ଜାଗୃତି ଓ ଆସୁରୀୟ ପ୍ରକୃତି ର ବିନାଶ ର ଏକ ସୁଦର୍ ମନୋରମ ଜୀବନ୍ତ ଦେବୀ ଦର୍ଶନର କାର୍ଯ୍ୟକ୍ରମ ଶାରଦୀୟ ଅବସରରେ ଶତାଧିକ ଜନସାଧାରଣଙ୍କ ସମାଗମ ରେ ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ କାର୍ଯକ୍ରମ ସହ ସମାଜରେ ବର୍ତମାନ ସମୟରେ ସମସ୍ୟା ଓ ଆଧ୍ୟାତ୍ମିକ ଶକ୍ତି ତଥା ରାଜ ଯୋଗ ଦ୍ୱାରା ତାର ନିରାକରଣ ସମ୍ବନ୍ଧିତ ଦୃଶ୍ୟମାନ ପ୍ରଦର୍ଶନ କରା ଯାଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ