ଗାନ୍ଧୀ ଜୟନ୍ତୀ ରେ ଗାନ୍ଧୀବାଦୀ ସୋନମ୍ ୱଙ୍ଗଚୁଙ୍ଗ୍ ଙ୍କ ଖଲାସ ଦାବି କଲା ସିପିଆଇ ।
ଜୟପୁର , 3 ଅକ୍ଟୋବର (ହି.ସ.) ପୂଜ୍ୟ ମହାତ୍ମା ଗାନ୍ଧୀଙ୍କ ଜନ୍ମ ତିଥି ରେ ସିପିଆଇ ଦଳ ପକ୍ଷରୁ ଜୟପୁର ମୁଖ୍ୟ ଟ୍ରାଫିକ ଛକରେ ବିକ୍ଷୋଭ ପ୍ରଦର୍ଶନ କରି ଦାବି କରାଯାଇଛି ବିଶିଷ୍ଟ ଗାନ୍ଧୀବାଦୀ ନେତା ଆନ୍ତର୍ଜାତିୟ ଖ୍ୟାତି ସମ୍ପନ୍ନ ପରିବେଶବିତ୍, ଶିକ୍ଷାବିଦ୍ , ବୈଜ୍ଞାନିକ ସୋନମ୍ ୱଙ୍ଗଚୁଙ୍ଗ୍ ଙ୍କୁ ନ
ଗାନ୍ଧୀ ଜୟନ୍ତୀ ରେ ଗାନ୍ଧୀବାଦୀ ସୋନମ୍ ୱଙ୍ଗଚୁଙ୍ଗ୍ ଙ୍କ ଖଲାସ ଦାବି କଲା ସିପିଆଇ ।


ଜୟପୁର , 3 ଅକ୍ଟୋବର (ହି.ସ.) ପୂଜ୍ୟ ମହାତ୍ମା ଗାନ୍ଧୀଙ୍କ ଜନ୍ମ ତିଥି ରେ ସିପିଆଇ ଦଳ ପକ୍ଷରୁ ଜୟପୁର ମୁଖ୍ୟ ଟ୍ରାଫିକ ଛକରେ ବିକ୍ଷୋଭ ପ୍ରଦର୍ଶନ କରି ଦାବି କରାଯାଇଛି ବିଶିଷ୍ଟ ଗାନ୍ଧୀବାଦୀ ନେତା ଆନ୍ତର୍ଜାତିୟ ଖ୍ୟାତି ସମ୍ପନ୍ନ ପରିବେଶବିତ୍, ଶିକ୍ଷାବିଦ୍ , ବୈଜ୍ଞାନିକ ସୋନମ୍ ୱଙ୍ଗଚୁଙ୍ଗ୍ ଙ୍କୁ ନିଃସର୍ତ୍ତ ଖଲାସ କରାଯାଉ । ୨୦୧୯ ରେ ଜମ୍ମୁ କାଶ୍ମୀର ରୁ ଧାରା ୩୭୦ ହଟାଇବା ବେଳେ ଏବଂ ନିର୍ବାଚନ ଇସ୍ତାହାରରେ ବିଜେପି ସରକାର ପ୍ରତିଶ୍ରୁତି ଦେଇଥିଲା ଲେହ୍ ଲାଦ୍ଦାଖ୍ ,କାରଗିଲ୍ କୁ ପୁର୍ଣ୍ଣ ରାଜ୍ୟ ର ସାମ୍ବିଧାନିକ ମର୍ଯ୍ୟାଦା ଦିଆଯିବା ସହ ସମ୍ବିଧାନ ର ଷଷ୍ଠ ଅନୁଛେଦ ରେ ସାମିଲ୍ କରି ଅନ୍ୟ ଆଦିବାସୀ ଅଧ୍ୟୁଷିତ ପାର୍ବତ୍ୟାଞ୍ଚଳ କୁ ଦିଆଯାଉଥିବା ଅଧିକାର ଦିଆଯିବ । କିନ୍ତୁ ସେଥିରୁ ଓହରି ଯାଇ ସେହି ଅଞ୍ଚଳକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ରଖାଯାଇଛି। ଦୀର୍ଘ ପାଞ୍ଚ ବର୍ଷ ହେଲା ଗାନ୍ଧୀବାଦୀ ନୀତି ଅନୁସରଣ କରି ସେଠାକାର ଜନସାଧାରଣ ଆନ୍ଦୋଳନ କରି ଆସୁଛନ୍ତି। ଆନ୍ଦୋଳନ ର ସର୍ବାଗ୍ରେ ରହିଛନ୍ତି ସୋନମ୍ ୱଙ୍ଗଚୁଙ୍ଗ୍। ଲାଦ୍ଦାଖ ଅଞ୍ଚଳରେ ବେକାରୀ ବେରୋଜଗାରୀ ଉତ୍କଟ ଆକାର ଧାରଣ କରିଛି। ଗତ ୨୪ ତାରିଖରେ ଯୁବକ ମାନଙ୍କ ଆନ୍ଦୋଳନ ଉଗ୍ର ରୂପ ନେଲା ଏବଂ କ୍ଷୁବ୍ଧ ଯୁବକ ମାନେ କେତେକ କେନ୍ଦ୍ର ସରକାରୀ ଅଫିସ ସହ ବିଜେପିର କାର୍ଯ୍ୟାଳୟରେ ମଧ୍ୟ ନିଆଁ ଲଗେଇଛନ୍ତି । ଏସବୁ ହେବା ପୂର୍ବରୁ ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ନକରି ସୋନମ୍ ୱଙ୍ଗଚୁଙ୍ଗ୍ ଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ତାଙ୍କୁ ଜାତୀୟ ନିରାପତ୍ତା ଆଇନ୍ ବଳରେ ଗିରଫ କରି ରାଜସ୍ଥାନ ର ଯୋଧପୁର ଜେଲ୍ ରେ ରଖିଛି ମୋଦୀ ସରକାର। ଧାରା ୩୭୦ ହଟେଇବା ସପକ୍ଷରେ ନିଜେ ସୋନମ୍ ୱଙ୍ଗଚୁଙ୍ଗ୍ ଦୃଢ଼ ଭାବରେ ମୋଦୀ ସରକାର ର ପ୍ରଶଂସା କରିଥିଲେ। ଆଜି ଲାଦ୍ଦାଖ ବାସୀ ଦାବି କରୁଛନ୍ତି ଧାରା ୩୭୦ ସମୟରେ ଯେଉଁ ଅଧିକାର ଥିଲା ତାକୁ ଲାଗୁକର । ସେତିକିବେଳେ କେନ୍ଦ୍ର ମୋଦୀ ସରକାର ସେମାନଙ୍କୁ ଦେଶଦ୍ରୋହୀ ଆଖ୍ୟା ଦେଉଛି। ଏହାର ପ୍ରତିବାଦରେ ସାରା ଦେଶରେ ଗଣତନ୍ତ୍ର ପ୍ରେମୀ ଜନସାଧାରଣ ସୋନମ୍ ୱଙ୍ଗଚୁଙ୍ଗ୍ ଙ୍କ ସପକ୍ଷରେ ଛିଡ଼ା ହୋଇଛନ୍ତି। ଆଜି ଜୟପୁର ଠାରେ ସିପିଆଇ ଜିଲ୍ଲା ସମ୍ପାଦକ ଶ୍ରୀ ରାମକୃଷ୍ଣ ଦାସ ଙ୍କ ସମେତ , ନନ୍ଦ କୁମାର, ପ୍ରମୋଦ କୁମାର ମହାନ୍ତି, ହରିଶ୍ଚନ୍ଦ୍ର ଜାନୀ ପ୍ରମୁଖ ପ୍ରବଳ ବର୍ଷା ସତ୍ତ୍ବେ ମୁଖ୍ୟ ଟ୍ରାଫିକ ଛକରେ ଛିଡ଼ା ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande