ଚମ୍ପୁଆ, ୦୩ ଅକ୍ଟୋବର(ହି.ସ.) – ଚମ୍ପୁଆ ଉପଖଣ୍ଡସ୍ଥ ଉଖୁଣ୍ଡା ଠାରେ ରହିଥିବା ବୃହତ ଶାନ୍ତି କମିଟି ଦୁର୍ଗା ପୂଜା ସମେତ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମା’ଙ୍କ ପୂଜା ଷଷ୍ଠି ଠାରୁ ଆରମ୍ଭ କରି ଦଶମୀ ପର୍ଯ୍ୟନ୍ତ ଚାଲିଥିଲା ଦଶମୀ ଦିନ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଖୁଣ୍ଡା ଠାରେ ରହିଥିବା ବୃହତ ଶାନ୍ତି କମିଟି ର ସଭାପତି ନାରାୟଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଖୁଣ୍ଡା ହାଇସ୍କୁଲ ପଡ଼ିଆରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦାନ କରିଥିବାବେଳେ ସମ୍ମାନୀତ ଅତିଥି ଭାବେ କଂଗ୍ରେସର ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକଙ୍କ ସମେତ ୧୮ ନମ୍ବର ଜିଲା ପରିଷଦ ସଭ୍ୟ ରାଧାକାନ୍ତ ନାୟକ, ରମାକାନ୍ତ ବାରିକ, ଡା ସଞ୍ଜିବ ଘଣା, ଭାସ୍କର ପରିଡା, ଡମ୍ବରୁ ମହାନ୍ତ ପ୍ରମୁଖ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଅତିଥିମାନେ ତାଙ୍କ ବକ୍ତବ୍ୟରେ ରାବଣ ପୋଡି କାହିଁକି ପାଳନ କରାଯାଏ, କେବେ ଠାରୁ ପାଳିତ ହୋଇଆସୁଛି ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋକ ପାତ୍ର କରିଥିଲେ। ପୂଜା କମିଟି ତରଫରୁ ଦୁଇଦିନ ଧରି ସ୍ଥାନୀୟ ନୃତ୍ୟଶିଳ୍ପୀମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀମାନଙ୍କୁ ରାବଣ ପୋଡି ଉତ୍ସବରେ ଯୋଗଦାନ କରିଥିବା ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ମୁଖ୍ୟଅତିଥି ପାଟଣା ବିଧାୟକ ଶ୍ରୀ ନାଏକ ଅଗ୍ନି ସଂଯୋଗ କରି ରାବଣକୁ ବଧ କରିଥିଲେ। ରାବଣ ପୋଡି ଉତ୍ସବରେ ଶାନ୍ତି ଶୃଙ୍ଖଳା ରକ୍ଷାକରିବା ପାଇଁ ବାରିଆ ପୁଲିସ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଥିଲା।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta