ଚୋର ଖୋଜି ଧରିବାରେ ବିଫଳ, ଶହ ଶହ ଦର୍ଶକଙ୍କ ଭିଡ଼
କୋରାଇ, ୦୩ ଅକ୍ଟୋବର(ହି.ସ.) – ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ କୃପାଳୁ ରାଇସ ମିଲ୍‌ରେ ଆଜି ଏକ ଚୋର ପଶିଥିଲା। ମିଲର କର୍ମଚାରୀମାନେ ଏହାଦେଖି ତାକୁ ଗୋଡ଼ାଇବାବେଳେ ସେ ଦୌଡ଼ି ଏକ ଅନାବନା ଗଛ ବରରେ ପଶିଯାଇଥିଲା। ତାକୁ ଖୋଜାଖୋଜି କରି ନପାଇବାରୁ ଦମକଳ ବାହିନୀର ସହାୟତା ନି
ଚୋର ଖୋଜି ଧରିବାରେ ବିଫଳ, ଶହ ଶହ ଦର୍ଶକଙ୍କ ଭିଡ଼


କୋରାଇ, ୦୩ ଅକ୍ଟୋବର(ହି.ସ.) – ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ କୃପାଳୁ ରାଇସ ମିଲ୍‌ରେ ଆଜି ଏକ ଚୋର ପଶିଥିଲା। ମିଲର କର୍ମଚାରୀମାନେ ଏହାଦେଖି ତାକୁ ଗୋଡ଼ାଇବାବେଳେ ସେ ଦୌଡ଼ି ଏକ ଅନାବନା ଗଛ ବରରେ ପଶିଯାଇଥିଲା। ତାକୁ ଖୋଜାଖୋଜି କରି ନପାଇବାରୁ ଦମକଳ ବାହିନୀର ସହାୟତା ନିଆଯାଇଥିଲା। ଯାଜପୁରରୋଡ଼ ଦମକଳ ବାହିନୀ ପହଂଚି ଖୋଜାଖୋଜି କଲା ପରେ ମଧ୍ୟ ତାକୁ ପାଇନଥିଲେ। ଏହି ଘଟଣା ଦେଖିବା ପାଇ ରାଜପଥ କଡ଼ରେ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା। ମାତ୍ର ଚୋର କୌଶଳ କ୍ରମେ ଖସିଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande