ଭୁବନେଶ୍ୱର, ୦୩ ଅକ୍ଟୋବର (ହି.ସ.)- ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ଓ ଭୁସ୍ଖଳନ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ବସ୍ତ୍ରୀଗୁଡା ଗ୍ରାମପଂଚାୟତର ତ୍ରିନାଥ ନାୟକ (ପିତା -କାର୍ତିକ ନାୟକ) ଏବଂ ମେରିପଲ୍ଲୀ ଗ୍ରାମପଂଚାୟତର ଲକ୍ଷ୍ମଣ ନାୟକ (ପିତା - କାନ୍ତାରୁ ନାୟକ)। ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହା ସହ ମୃତକଙ୍କ ନିକଟତମ ପରିବାର ବର୍ଗଙ୍କ ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ଗଜପତି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା