ଧାମରା ସବପୋଷ୍ଠ ଅଫିସ ୩ଦିନ ହେବ ସେବା ନିବୃତ
ଭଦ୍ରକ, ୩ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମରା ଠାରେ ଥିବା ସବ ପୋଷ୍ଠ ଅଫିସ ୩ ଦିନ ହେବ ଅଚଳ ହୋଇ ପଡିଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଏହି ଅଫିସରେ ଥିବା ୟୁପିଏସ ଏବଂ ପ୍ରିଂଟର ଟି ଖରାପ ହୋଇ ଯାଇଛି । ୟୁପିଏସ ଖରାପ ହୋଇ ପଡିଥିବା ବେଳେ କମ୍ପ୍ୟୁଟର ଚଳାଇବା ପାଇଁ ପାଓାର ମଧ୍ୟ ଲୋ ଭୋଲଟେଜ ପାଇଁ ହୋ
ଧାମରା ସବପୋଷ୍ଠ ଅଫିସ ୩ଦିନ ହେବ ସେବା ନିବୃତ


ଭଦ୍ରକ, ୩ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମରା ଠାରେ ଥିବା ସବ ପୋଷ୍ଠ ଅଫିସ ୩ ଦିନ ହେବ ଅଚଳ ହୋଇ ପଡିଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଏହି ଅଫିସରେ ଥିବା ୟୁପିଏସ ଏବଂ ପ୍ରିଂଟର ଟି ଖରାପ ହୋଇ ଯାଇଛି । ୟୁପିଏସ ଖରାପ ହୋଇ ପଡିଥିବା ବେଳେ କମ୍ପ୍ୟୁଟର ଚଳାଇବା ପାଇଁ ପାଓାର ମଧ୍ୟ ଲୋ ଭୋଲଟେଜ ପାଇଁ ହୋଇ ପାରୁ ନାହିଁ ଯଦିବା କୌଣସି ସମୟରେ କମ୍ପ୍ୟୁଟର ଟି କୌଣସି କାରଣ ବଶତଃ ଚାଲୁଛି ଲୋ ଭୋଲଟେଜ ସମସ୍ୟା ଏବଂ ଅଘୋଷିତ ବିଦ୍ୟୁତ କାଟ ପାଇଁ କମ୍ପ୍ୟୁଟର ବହୁ ସମୟରେ ମଧ୍ୟ ସଚଳ ହୋଇ ପାରୁନାହିଁ। ପ୍ରିଂଟର ଖରାପ ହୋଇ ପଡିଥିବାରୁ କୌଣସି ପ୍ରିଂଟ କାର୍ଯ୍ୟ ମଧ୍ୟ ହୋଇ ପାରୁ ନାହିଁ।ଏହା ଫଳରେ ଏହି ସବପୋଷ୍ଠ ଅଫିସ ଉପରେ ନିର୍ଭର କରୁଥିବା ୪ଟି ପଂଚାୟତ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ୩ଦିନ ହେବ କୌଣସି ସ୍ପିଡ ପୋଷ୍ଠ ହୋଇ ପାରୁ ନଥିବା ବେଳେ ଜମାକାରୀ ମଧ୍ୟ ଜମା କରି ପାରୁନାହାନ୍ତି ଏଥିସହ ପୋଷ୍ଟାଲ ଅର୍ଡର ମଧ୍ୟ ଗ୍ରାହକ ପାଇ ପାରୁ ନଥିବା ବେଳେ ସମସ୍ତ ଗ୍ରାହକ ସେବା ନ ପାଇ ଫେରୁଛନ୍ତି। ତୁରନ୍ତ ଏଥିପ୍ରତି ଜିଲ୍ଲା ପୋଷ୍ଟାଲ ସୁପରିଟେଣ୍ଡଟ ଦୃଷ୍ଟି ଦେବା ସହ ଏହି ସବ ପୋଷ୍ଠ ଅଫିସକୁ ସେବା ନିବୃତ କରିବାରୁ ବଂଚିତ କରିବାକୁ ଜନସାଧାରଣ ଦାବୀ କରିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande