ଧାମନଗରରେ ଦୁର୍ଗା ପୂଜା ଭସାଣି ଉତ୍ସବରେ ପୋଲିସ କାନ୍ଧରେ ନେଲେ ମେଢକୁ
ଭଦ୍ରକ, ୩ ଅକ୍ଟୋବର (ହି.ସ.) - ଶାରଦୀୟ ଦୁର୍ଗା ପୂଜା ବେସ ଧୁମ୍ ଧାମରେ ପାଳନ ହୋଇ ଯାଇଚି। ଧାମନଗର ରେ ଶୁକ୍ରବାର ଦିନ ମା ଦୁର୍ଗା ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଧାମନଗର ମେଡିକାଲ ବଜାର ଓ ଦକ୍ଷିଣବାଡ ରେ ପୂଜା ପାଉଥିବା ମା ଦୁର୍ଗା ଙ୍କ ଭସାଣି ପାରମ୍ପରିକ ବାଦ୍ୟ ଓ କୀର୍ତନ ମାଧ୍ୟମ ରେ ମା
DHAMNAGAR DURGA PUJA BHASANI


ଭଦ୍ରକ, ୩ ଅକ୍ଟୋବର (ହି.ସ.) - ଶାରଦୀୟ ଦୁର୍ଗା ପୂଜା ବେସ ଧୁମ୍ ଧାମରେ ପାଳନ ହୋଇ ଯାଇଚି। ଧାମନଗର ରେ ଶୁକ୍ରବାର ଦିନ ମା ଦୁର୍ଗା ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଧାମନଗର ମେଡିକାଲ ବଜାର ଓ ଦକ୍ଷିଣବାଡ ରେ ପୂଜା ପାଉଥିବା ମା ଦୁର୍ଗା ଙ୍କ ଭସାଣି ପାରମ୍ପରିକ ବାଦ୍ୟ ଓ କୀର୍ତନ ମାଧ୍ୟମ ରେ ମା ଙ୍କୁ ମେଲାଣି ଦିଆ ଯାଇଥିଲା। ତେବେ ମା ଙ୍କ ମେଲାଣି ବେଳେ କିଛି ବାଟ ଧାମନଗର ଥାନା ଅଧିକାରି ରଞ୍ଜନ ସେଠୀ, ଏସ ଆଇ ପ୍ରଦୀପ କୁମାର ନାୟକ,ମହେଶ୍ୱର ପ୍ରଧାନ,ରଶ୍ମିତା ମଲିକ ଓ ଅନ୍ୟ କର୍ମଚାରି ମାନେ କାନ୍ଧ ରେ କାନ୍ଧେଇନେଇ ଥିଲେ। ନିଶ୍ଚିତ ଭାବରେ ଏହା ଏକ ଭାଇଚାରା। ବିଭିନ୍ନ ପର୍ବ ପର୍ବାଣୀ ରେ ଏପରି ପ୍ରଶାସନ ସହ ସଧାରଣ ଲୋକ ଙ୍କ ସହଯୋଗ ରହିଲେ ଭାଇଚାରା ସୃଦୁଡ ହେବ। ତେବେ ଧାମନଗର ଅଂଚଳ ରେ ଶାନ୍ତି ଶୃଙ୍ଖଳା ରେ ମା ଙ୍କ ଭସାଣି ଶେଷ ହୋଇଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande