କୋରାଇ, ୦୩ ଅକ୍ଟୋବର(ହି.ସ.) – ଯାଜପୁର ସାଂସଦ ଓ କୋରାଇ ବିଧାୟକଙ୍କ ପାଣ୍ଡିରୁ ଅନୁଦାନ ପାପ୍ତ ଯାଜପୁର ଜିଲ୍ଲା ପୁଲିସରେ କାର୍ଯ୍ୟରତ ହାବିଲଦାର ଓ କନେଷ୍ଟବଳ ସଂଘର କର୍ମଚାରୀମାନଙ୍କ ନିମନ୍ତେ ଯାଜପୁର ସାଂସଦ ଓ କୋରାଇ ବିଧାୟକଙ୍କ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ହେବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଏକ ନୂତନ ଚିତ ବିନୋଦନ ଗୃହର ଶିଳାନ୍ୟାଶ ହୋଇଯାଇଛି। ଯାଜପୁର ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରୀମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ରବିନ୍ଦ୍ର ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ କୋରାଇର ବିଧାୟକ ଆକାଶ ଦାସନାୟକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସାଂସଦଙ୍କ କୋରାଇ ପ୍ରତିନିଧି ପ୍ରମୋଦ କୁମାର ସାହୁ, ମଣ୍ଡଳ ସଭାପତି ଭାସ୍କର ଚନ୍ଦ୍ର ସାହୁ, କୋରାଇ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପରିଚାଳକ ଶେଖ ଜହର ଅଲ୍ଲୀ, ଅଶୋକ ବାରିକ, ନାରୀ ନେତ୍ରୀ ଜୟନ୍ତୀ ସାହୁ, ଦୀପ୍ତିମୟୀ କୁଅଁର, ସୂର୍ଯ୍ୟମଣି ପଣ୍ଡା, ଚିତରଂଜନ ସାହୁ, ଯୁବନେତା ହରେକୃଷ୍ଣ ସାହୁ, ଅଶୋକ କୁମାର ଦାସ, ଗୋଳେଇପୁର ସରପଂଚ ସସ୍ମିତା ମାଝୀ, ହାବିଲଦାର ଓ କନେଷ୍ଟବଳ ମହାସଂଘର ସଭାପତି ଦିଲ୍ଲିପ କୁମାର ଦାସଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି