ବଲାଙ୍ଗିର, ୩ ଅକ୍ଟୋବର (ହି.ସ.)- ବଲାଙ୍ଗିରର ଗାନ୍ଧୀନଗରପଡା ସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୃର୍ତ୍ତିରେ ଦେଓଗାଁ ଚିନିକଳ ସଂଘର୍ଷ ସମିତିର ମୁଖ୍ୟ ଆବାହକ ତଥା କୃଷକ ସଂଘର୍ଷ ସମିତିର ସଭାପତି ବିଶିଷ୍ଟ ଶ୍ରମିକ ନେତା ବିଭୁଦତ୍ତ ମିଶ୍ର, ଅନ୍ୟତମ ଆବାହକ ତଥା ପଶ୍ଚିମ ଓଡିଶା ସେବା ସଂଘର ସଭାପତି ରାଜେଶ ବଗର୍ତ୍ତି, ସୂଚନା ଅଧିକାର କର୍ମୀ ନୀଳମଣି ଯୋଷୀ, ଆବାହକ ତଥା ଭୂମିହୀନ ଆନ୍ଦୋଳନ ନେତା ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ପ୍ରମୁଖ ମାଲ୍ୟାର୍ପଣ କରିବା ସହିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ମୃତିଚାରଣ କରିଥିଲେ । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜିର ଯୁବ ସମାଜ ବିଭିନ୍ନ ସାମାଜିକ ସଂସ୍କାରରେ ନିଜକୁ ପ୍ରେରିତ କରିବାକୁ ନିବେଦନ କରାଯାଇଥିଲା । ଶାନ୍ତିଦୂତ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ